www.samajalive.in
Monday, December 15, 2025
15.1 C
Bhubaneswar

ଜାନୁଆରୀ ୨୮ରେ ଓଡିଶା ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ଆସନ୍ତା ଜାନୁଆରୀ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରୁ ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୫ କାର୍ଯ୍ୟକ୍ରମ ସ୍ଥଳରେ ପ୍ରାୟ ଦେଢ଼ ଘଣ୍ଟା ରହିବେ। ରାଜ୍ୟର ପ୍ରମୁଖ ବ୍ୟବସାୟୀ ଓ ଦେଶ ବିଦେଶର ଶିଳ୍ପପତିମାନେ ଏହି ସମ୍ମିଳନୀରେ ଯୋଗଦେବେ।

ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଶିଳ୍ପ ପରିବର୍ତନ ପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୋଣ ସମ୍ପର୍କରେ ଆଲୋକପାତ କରିବେ। ମୋଦିଙ୍କ ସମ୍ଭାବ୍ୟ ଗସ୍ତ କାର୍ଯ୍ୟକ୍ରମ ଅନୁଯାୟୀ, ଜାନୁଆରୀ ୨୮ ତାରିଖ ପୂର୍ବାହ୍ନ ୧୦ଟା ୩୫ରେ ସେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ସିଧାସଳଖ କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନକୁ ଯିବାର ସମ୍ଭାବନା ରହିଛି। ଅପରାହ୍ନ ୧୨ଟା ୫୫ରେ ସେ ଓଡ଼ିଶା ଛାଡ଼ିବେ ବୋଲି ସୂଚନା ମିଳିଛି।

- Advertisement -

ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀରେ ଉତ୍ପାଦନ, ଖଣି, ସବୁଜ ଶକ୍ତି, ଆଇଟି ଓ ଭିତ୍ତିଭୂମି କ୍ଷେତ୍ରରେ ସୁଯୋଗ ସୃଷ୍ଟି ଉପରେ ଆଲୋଚନା ହେବ। ଚଳିତ ମାସରେ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ଓଡ଼ିଶା ଗସ୍ତ। ଜାନୁଆରୀ ୯ ତାରିଖରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories