କଣ୍ଠ ଅଳତି ରୋଗ ନିରାକରଣ ସଚେତନତା ରଥ ଉଦଘାଟିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ (ଡିପଥେରିଆ) କଣ୍ଠ ଅଳତି ରୋଗର ନିରାକରଣ ନିମନ୍ତେ ସଚେତନତା ରଥ ଉଦଘାଟିତ ହୋଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ସତ୍ୟ ନାରାୟଣ ଦାଶ ପତାକା ଦେଖାଇ ଉଦଘାଟନ କରିଥିଲେ। ସଚେତନତା ରଥ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୧୪ଟି ପଞ୍ଚାୟତର ପ୍ରତ୍ୟେକ ଗ୍ରାମ ଗୁଡିକରେ ଥିବା ୬ ମାସରୁ ୧୫ ବର୍ଷ ମଧ୍ୟରେ ଥିବା ଶିଶୁ ଏବଂ ପିଲାମାନଙ୍କୁ ବୟସ ଅନୁସାରେ ଡିପଥେରିଆ ଟୀକା ଦେବାକୁ ସଚେତନ କରାଯାଉଛି। ପଞ୍ଚାୟତ ଅଧୀନରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ୫ ବର୍ଷର ପିଲାମାନେ, ସ୍କୁଲରେ ଅଧୟନ କରୁଥିବା ୧୦ ବର୍ଷରୁ ୧୫ ବର୍ଷର ପିଲାମାନଙ୍କୁ ଏହି ଡିପଥେରିଆ ଟୀକା ନେବା ପାଇଁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଏବଂ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀଙ୍କ ଭୂମିକା ଅଧିକ ଗୁରୁତ୍ୱ ପୂର୍ଣ୍ଣ ରହିଥିବାରୁ ସେମାନେ ନିଷ୍ଠାପର ଭାବରେ ନିଜ ଗ୍ରାମରେ ଥିବା ୬ ମାସରୁ ୧୫ ବର୍ଷ ବୟସର ପିଲାମାନଙ୍କୁ ଠିକ ବୟସରେ ଡିପଥେରିଆ ଟୀକା ଦେବାରେ ସହାୟତା କରିବାକୁ ଅବଗତ କରାଯାଇଥିଲା।

Comments are closed.