www.samajalive.in
Monday, December 15, 2025
16.1 C
Bhubaneswar

‘ନବୀନ ପଟ୍ଟନାୟକ’ ପୁସ୍ତକର ଓଡ଼ିଆ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ବର: ରୁବେନ ବାନାର୍ଜୀଙ୍କ ରଚିତ ‘ନବୀନ ପଟ୍ଟନାୟକ’ ପୁସ୍ତକର ଓଡ଼ିଆ ସଂସ୍କରଣ ଲୋହିଆ ଏକାଡେମୀଠାରେ ଶୁକ୍ରବାର ସନ୍ଧ୍ୟାରେ ଲୋକାର୍ପିତ ହୋଇଯାଇଛି। ଶ୍ରୀ ବାନାର୍ଜୀଙ୍କ ଦ୍ବାରା ଲିଖିତ ଏହି ଇଂରାଜୀ ପୁସ୍ତକର ଓଡ଼ିଆ ଅନୁବାଦ କରିଛନ୍ତି ଅଶୋକ ମିଶ୍ର। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ବର୍ଷ ଶାସନ କରିଥିଲେ ମଧ୍ୟ ତାଙ୍କ ସଂକ୍ରାନ୍ତରେ ଓଡ଼ିଶା ଲୋକ ସବିଶେଷ ଜାଣନ୍ତି ନାହିଁ। ଏହିଭଳି ଏକ ପୁସ୍ତକ ତାଙ୍କ ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିବ। ତାଙ୍କ ରାଜନୈତିକ ଓ ବ୍ୟକ୍ତିଗତ ଦିଗନ୍ତକୁ ଏଥିରେ ସୁନ୍ଦରଭାବେ ଚିତ୍ରିତ କରାଯାଇଛି। ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ରବି ଦାସ କହିଥିଲେ ସାମ୍ବାଦିକତାରେ ପ୍ରମୁଖ କାମ ହେଉଛି ଅନୁସନ୍ଧାନ କରିବା। ଏହି ପୁସ୍ତକର ଲେଖକ ଅଣଓଡ଼ିଆ ହୋଇଥି‌େ‌ଲ ମଧ୍ୟ ସେ ଯେଭଳି ଅନୁସନ୍ଧାନ କରି ପୁସ୍ତକ ଲେଖିଲେ ତାହା ପ୍ରଶଂସନୀୟ।

ଅନୁବାଦକ ଅଶୋକ ମିଶ୍ର କହିଥିଲେ ଏଥିପାଇଁ ତାଙ୍କୁ ଦୁଇ ମାସ ସମୟ ଲାଗିଥିଲା। ଏହାଦ୍ବାରା ଏକ ନୂଆ ଅନୁଭୂତି ହେଲା। ପୁସ୍ତକର ମୂଳ ଲେଖକ ସାମ୍ବାଦିକ ରୁବେନ ବାନାର୍ଜୀ କହିଥିଲେ ମୁଁ ଓଡ଼ିଶାରେ ଦୀର୍ଘ ଦିନଧରି କାମ କରିଥିଲି। ଓଡ଼ିଶା ପାଖରେ ଚିରଋଣୀ। ପୁସ୍ତକରେ ଓଡ଼ିଶାର ଇତିହାସ ସଂକ୍ରାନ୍ତରେ ସୂଚନା ଦିଆଯାଇଛି। ଏଭଳି ପୁସ୍ତକ ରଚନା ଦ୍ବାରା ବିଜେଡି ଓ ବିଜେପିର କିଛି ନେତା ମୋ ଉପରେ ଅସନ୍ତୁଷ୍ଟ ହେଲେ। ତଥାପି ଏହା ସଫଳତାର ଏକ ସୋପାନ ସଦୃଶ ମନେକରୁଛି। ଏହି ବହିର ଓଡ଼ିଆ ସଂସ୍କରଣ ସମସ୍ତଙ୍କ ପାଇଁ ଅଧିକ ଉପଯୋଗୀ ହେବ ବୋଲି ସେ କହିଥିଲେ। ଶ୍ରଦ୍ଧା ପବ୍ଲିକେଶନ୍‌ର ମୁଖ୍ୟ ତଥା ପ୍ରକାଶକ ସମରେନ୍ଦ୍ର ନାଥ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories