www.samajalive.in
Saturday, December 13, 2025
26.1 C
Bhubaneswar

ସଚିବଙ୍କ ନିର୍ଦ୍ଦେଶ ମାନୁନାହାନ୍ତି ଅଧିକାରୀ

ଭୁବନେଶ୍ୱର: ଶିକ୍ଷକଙ୍କ ସମସ୍ୟା ଦୂର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଜାରି କରିଥିବା ନିର୍ଦ୍ଦେଶନାମାକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଅଧିକାରୀ ମାନୁନାହାନ୍ତି। ଉଭୟ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଜୁନିଅର କଲେଜ ଶିକ୍ଷକଙ୍କ ଅନୁଦାନ ରାଶି ଅନୁମୋଦନ କାର୍ଯ୍ୟରେ ବ୍ୟସ୍ତ ରହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ‘ପୋଷ୍ଟ ଗ୍ରାଜୁଏଟ୍‍ ଟିଚର୍ସ(ପିଜିଟି) ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗକୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦେଶିକା ତିଳୋତ୍ତମା ମହାପାତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ସଚିବଙ୍କ ନିର୍ଦେଶକୁ ଅବମାନନା କରାଯାଉନାହିଁ। ସରକାରଙ୍କ ପକ୍ଷରୁ ଯେଉଁ ନିର୍ଦେଶନାମା ଜାରି କରାଯାଇଛି ସେହି ଅନୁସାରେ କାଗଜପତ୍ର ଯାଞ୍ଚ କରାଯାଉଛି। ଚାକିରିରେ ଯୋଗଦେବା ତାରିଖ ଓ ଅନୁମୋଦନ ନିର୍ଦ୍ଦେଶନାମା ଯାଞ୍ଚ ପରେ ବିଜ୍ଞପ୍ତି ପ୍ରକାଶ ପାଉଛି। ଆର୍ଥିକ କାରବାର ସହ ଏହା ଜଡ଼ିତ ଥିବାରୁ ଅଗ୍ରାଧିକାର ଭିତ୍ତିରେ ଶିକ୍ଷକଙ୍କ ଅନୁଦାନ ରାଶିର ଅନୁମୋଦନ ନିର୍ଦ୍ଦେଶନାମା ପ୍ରକାଶ ପାଉଛି। ସେହିପରି ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଜିଟି ନିଯୁକ୍ତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ଓ ଏଥିନେଇ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜୁନିଅର କଲେଜ ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଯୋଗଦେଇଥିଲେ। ଉଚ୍ଚଶିକ୍ଷା ବିଭାଗରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଜୁନିଅର କଲେଜ ଯିବା ପରେ ଶିକ୍ଷକମାନେ କେଉଁ କାମ କରିବେ ସେଥିନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ନିର୍ଦ୍ଦେଶ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟରୁ ସମସ୍ତ ଯୁକ୍ତ ଦୁଇ କଲେଜ ଫାଇଲ୍‍ଗୁଡ଼ିକୁ ପୁନର୍ବାର ଉଚ୍ଚଶିକ୍ଷା ନିର୍ଦେଶାଳୟକୁ ଫେରାଇ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ଯୁକ୍ତ ଦୁଇ ଜୁନିଅର କଲେଜ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ କାଗଜାତ ଯାଞ୍ଚ ପରେ ବକେୟା ଅନୁଦାନ ରାଶି ଅନୁମୋଦନ କରିବାକୁ କୁହାଯାଇଥିଲା। ତେବେ ବକେୟା ଅନୁଦାନ ରାଶି ପ୍ରଦାନକୁ ଆଳ କରି ସଚିବଙ୍କ ନିର୍ଦେଶନାମାକୁ ଅବମାନନା କରାଯାଇ ଜୁନିଅର କଲେଜ ଗୁଡ଼ିକର ୨୦୧୭ ଓ ୨୦୧୮ ଅନୁଦାନ ରାଶି ଅନୁମୋଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଛି ଏବଂ ୨୦୦୮ ଓ ୨୦୦୯ର ବ୍ଲକଗ୍ରାଣ୍ଟ ଯାଞ୍ଚ କାର୍ଯ୍ୟ କରାଯାଉଛି ବୋଲି ଅଭିଯୋଗ ଆସିଛି। ଏଥିରେ ଉଚ୍ଚଶିକ୍ଷା ନିର୍ଦେଶାଳୟର କେତେକ ଅଧିକାରୀ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

- Advertisement -

ରାଜ୍ୟରେ ୧୫୯୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ଏସବୁରେ ଶିକ୍ଷାଦାନ ପାଇଁ ଓଡ଼ିଶା ଷ୍ଟାଫ୍ ସିଲେକ୍‌ସନ୍‌ ଜରିଆରେ ପିଜିଟିଙ୍କୁ ମନୋନୀତ କରାଯାଇ ନିଯୁକ୍ତି ଦିଆଯିବ। ପିଜିଟି ନିଯୁକ୍ତି ପରେ ଜୁନିଅର ଲେଜ ଅଧ୍ୟାପକଙ୍କୁ ଡିଗ୍ରୀ କଳେଜକୁ ଫେରାଇ ଦିଆଯିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories