www.samajalive.in
Monday, December 15, 2025
15.1 C
Bhubaneswar

ଓଡିଆ ସାହିତ୍ୟରେ ଉପନ୍ୟାସର ଭୂମିକା ଶୀର୍ଷକ ଜାତୀୟ ପାଠଚକ୍ର

ବାଙ୍କୀ : ଡମପଡା ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ସୌଜନ୍ୟରେ ଓଡିଆ ସାହିତ୍ୟରେ ଉପନ୍ୟାସର ଭୂମିକା ଶୀର୍ଷକ ଜାତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଡିଗ୍ରୀ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ପାଠଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତରଞ୍ଜନ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ପ୍ରଫେସର ନଟବର ଶତପଥି ଯୋଗଦେଇ ଓଡିଆ ଉପନ୍ୟାସ ସମ୍ପର୍କରେ ଆଲୋକପାତ କରି ସମାଜର ବାସ୍ତବ ଚିତ୍ରକୁ ବିଭିନ୍ନ ଚରିତ୍ର ମାଧ୍ୟମରେ ଉପସ୍ଥାପିତ କରାଯାଇ ସାହିତ୍ୟକୁ ଋଦ୍ଧିମନ୍ତ ଓ ସମାଜକୁ ଦିଗଦର୍ଶନ ଦେବାରେ ସହାୟ ହୋଇଥିବା ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବରେ ପ୍ରବକ୍ତା ଗଣେଶ୍ୱର ସ୍ୱାଇଁ ଫକୀରମୋହନଙ୍କର ଛମାଣ ଆଠଗୁଣ୍ଠ ଓ ସ୍ଥାନୀୟ ପାଥପୁର ଗ୍ରାମ ସମ୍ପର୍କରେ ଅବତାରଣା କରିଥିଲେ। ଐତିହାସିକ ତଥା କବି ହରିହର ସ୍ୱାଇଁ ଡମପଡାଗଡର ଇତିହାସ ଏବଂ ଫକୀରମୋହନଙ୍କ ଉପନ୍ୟାସ ସମ୍ପର୍କରେ ଆଲୋକପାତ କରି ଆୟୋଜିତ ଜାତୀୟ ପାଠଚକ୍ରର ଆଭିମୁଖ୍ୟ ପ୍ରଦାନ କରିଛନ୍ତି । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ସମାଜସେବୀ କେଶବ ଚନ୍ଦ୍ର ବେହେରା, ସାମ୍ବାଦିକ ସୁଧିର ଚନ୍ଦ୍ର ନାୟକ, ଅଧ୍ୟାପକ ନିରୋଦ କୁମାର ମନ୍ତ୍ରୀ ପ୍ରମୁଖ ଉପନ୍ୟାସର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅଧ୍ୟାପକ ତାପସ କୁମାର ମହାନ୍ତି, ସ୍ମୃତିସନ୍ଧ୍ୟା ଦାସ, ଜ୍ୟୋତି ପ୍ରକାଶ ପାଣିନୀ, ସ୍ମୃତିପ୍ରଜ୍ଞା ମହାପାତ୍ର, ବିଷ୍ଣୁପ୍ରିୟା ରାଉତ, ମୀନା ଲେଙ୍କା, ନିତ୍ୟାନନ୍ଦ ସାମନ୍ତରାୟ, ନରେଶ କୁମାର ମହାନ୍ତି, ସୁକାନ୍ତି ରଣା, ତ୍ରୈଲୋକ୍ୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜ୍ୟୋତିପ୍ରକାଶ ପାଣିନୀ ଧନ୍ୟବାଦ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories