www.samajalive.in
Sunday, December 14, 2025
26.1 C
Bhubaneswar

ବାଲି ଘାଟ ଓ ପଥର ଖାଦାନକୁ ଅନୁଧ୍ୟାନ କଲେ ଜିଲାପାଳ

ରେଙ୍ଗାଲିକ୍ୟାମ୍ପ :.ଅତାବିରା ବ୍ଲକ ରେ ବିଭିନ୍ନ ସ୍ଥାନରେ ରହିଛି ୭ଟି ବାଲି ଘାଟ ଓ ଦୁଇଟି ପଥର ଖାଦାନ ଏହି ବାଲିଘାଟ ଓ ପଥର ଖୁଦାନରୁ ରାଜସ୍ବ ବିଭାଗକୁ ପ୍ରତିବର୍ଷ ବହୁ ପରିମାଣର ଅର୍ଥ ଆସୁଥିଲା ।କିନ୍ତୁ ଦୁଇ ତିନି ବର୍ଷ ହେବ ଏହା ବନ୍ଦ ହୋଇ ପଡ଼ି ରହିଛି।ଟେଣ୍ଡର ଯାଉନି`। ତେଣୁ ଏହି ବାଲିଘାଟଗୁଡ଼ିକର ସ୍ଥିତି ପରିଦର୍ଶନ ପାଇଁ ଜିଲାପାଳ ମୋନିଷା ବାନାର୍ଜୀ ଆସିଥିଲେ ଅତାବିରାକୁ। ଏହି ପରିଦର୍ଶନରେ ସେ ଲରମ୍ଭା ଓ ଝଙ୍କାବାହାଲ ବାଲିଘାଟ ଓ ସୂର୍ଣ୍ଣା ସ୍ଥିତ ପଥର ଖାଦାନକୁ ପରିଦର୍ଶନ ପାଇଁ ଯାଇଥିଲେ। ଜିଲାପାଳ ଏହି ବାଲି ଘାଟରେ ବାଲି ନ ଥିବା ଦେଖିଥିଲେ। ପରିଦର୍ଶନ କରିବା ପରେ ସୁର୍ଣ୍ଣାର ପଥର ଖାଦାନକୁ ଯାଇଥିଲେ। ଏହି ପଥର ଖୁଦାନକୁ ଯିବାପାଇଁ ରାସ୍ତାର ଅଭାବ ରହୁଥିବାରୁ ଟେଣ୍ଡର ଯାଉନି ବୋଲି ସେ ହୃଦବୋଧ କରିଥିଲେ । ଏହି ପରିଦର୍ଶନ କାଳରେ ସେ ଏହି ବାଲିଘାଟର କାଗଜପତ୍ର ଆଦିକୁ ସେ ତଦାରଖ କରି ନେଇଥିଲେ । ବାଲି ଘାଟରେ ବାଲି ନାହିଁ। ବର୍ତ୍ତମାନ କେବଳ ମାଟିମିଶା ବାଲି ବାହାରୁଛି ,ତେଣୁ ଟେଣ୍ଡର ଯାଉନି ।ଏହା ଫଳରେ ରାଜସ୍ବ ବିଭାଗକୁ ଏହି ସୂତ୍ରରୁ ଆସୁଥିବା ଅର୍ଥରାଶି ଆଉ ଆସୁନାହିଁ । ଯାହା ଫଳରେ ରାଜସ୍ବ ବିଭାଗକୁ ମଧ୍ୟ କ୍ଷତି ସହିବାକୁ ପଡ଼ିଛି । ଜିଲ୍ଲାପାଳଙ୍କ ଏହି ପରିଦର୍ଶନରେ ଅତାବିରା ତହସିଲଦାର ସୌଭାଗ୍ୟ ବେହେରା,ଉପ ଜିଲ୍ଲାପାଳ ଶୁଭେନ୍ଦୁ ସାମଲ, ଯୁଗ୍ମ ନିର୍ଦ୍ଦେଶକ ତଥା ଭୂତତ୍ତ୍ୱବିତ ସମ୍ବଲପୁର , ସୁପରଭାଇଜର ବୃଷଭ ସାହୁ ,ଲରମ୍ଭା, କାଦୋବାହାଲ୍ ଓ ଝିଲିମିଣ୍ଡାର ରାଜସ୍ବ ନୀରିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories