www.samajalive.in
Sunday, December 14, 2025
26.1 C
Bhubaneswar

ଉଠାଜଳ ସେଚନ ପଏଣ୍ଟ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ

ଝୁମ୍ପୁରା : ଚଳିତ ବର୍ଷ ଝୁମ୍ପୁରା ବ୍ଲକ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ହେଉଥିବାରୁ ଚାଷ କାର୍ଯ୍ୟ ଆଶାନୁରୂପେ ଆଗେଇ ପାରୁ ନାହିଁ । ଚାଷୀମାନେ ଚାଷ କରିବା ପାଇଁ ତଳି ପ୍ରସ୍ତୁତ କରିଥିବା ବେଳେ ବିଲରେ ପାଣି ନଥିବାରୁ ଖରିଫ ଚାଷ କାମ ଆଗେଇ ପାରୁନାହିଁ । ଝୁମ୍ପୁରା ପଞ୍ଚାୟତର ଝୁମ୍ପୁରା ଏବଂ ବିଷ୍ଣୁପୁର ଗ୍ରାମର ୧୫୦ ହେକ୍ଟର ଜମିକୁ ନଦୀରୁ ଚାଷ ଜମିକୁ ପାଣି ଯୋଗାଇ ଦେବା ନିମନ୍ତେ ନିକଟସ୍ଥ ଅରଡେଇ ଉଠା ଜଳସେଚନ ବିଭାଗ ପକ୍ଷରୁ ସମସ୍ତ କାର୍ଯ୍ୟ ସରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଉଠା ଜଳସେଚନ ପଏଣ୍ଟ ଗୁଡିକୁ ବିଭାଗ କାର୍ଯ୍ୟକ୍ଷମ କରିବା ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି । ଦାୟିତ୍ୱରେ ରହିଥିବା ଅଧିକାରୀ ମାନଙ୍କ ତରଫରୁ ପଏଣ୍ଟ ହୋଇଥିବା ସ୍ଥାନକୁ ଘନ ଘନ ଗସ୍ତ କରୁଥିଲେ ମଧ୍ୟ ପଏଣ୍ଟ ଗୁଡିକ ଚାଲୁ କରି ଚାଷୀଙ୍କ ଚାଷ ଜମିକୁ ପାଣି ଯୋଗାଇ ଦେବା ଦିଗରେ ଗୁରୁତ୍ୱ ଦେଉ ନାହାନ୍ତି । ଚାଷୀ ମାନଙ୍କୁ ମୌସୁମୀ ବର୍ଷା ଧୋକା ଦେବା ଫଳରେ ଚାଷ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି । ଚାଷୀ ମାନେ ଉଠା ଜଳସେଚନ ବିଭାଗ ପକ୍ଷରୁ କରାଯାଇଥିବା ପଏଣ୍ଟ ପାଣି ଉପରେ ନିର୍ଭର କରି ଚାଷ କରିବା ପାଇଁ ଚାହିଁ ରହିଛନ୍ତି। କିନ୍ତୁ ଏହି ପଏଣ୍ଟ ଗୁଡିକୁ କାର୍ଯ୍ୟକ୍ଷମ କରିବା ଦିଗରେ ବିଭାଗୀୟ ଅଧିକାରୀ ମାନେ କାହିଁକି ଗୁରୁତ୍ୱ ଦେଉ ନାହାନ୍ତି ବୋଲି ଚାଷୀ ମାନେ ପ୍ରଶ୍ନ ଉଠାଇଛନ୍ତି । ବର୍ତ୍ତମାନ ମରୁଡି ପରିସ୍ଥିତି ସୃଷ୍ଠି ହେବାକୁ ବସିଲାଣି, ଯଦି ପଏଣ୍ଟ କାମ ନକରେ ତା ହେଲେ ଅନ୍ୟ ସମୟରେ ପଏଣ୍ଟ ଚାଲୁ କଲେ ଚାଷୀଙ୍କୁ କି ସୁଫଳ ମିଳିବ ବୋଲି ଚାଷୀ ଶଙ୍କର ମୁଣ୍ଡା, ଶୁଭଦ ଦେବ, ସୁନିଆ ମୁଣ୍ଡା, ଲକ୍ଷ୍ମଣ ମୁଣ୍ଡା, ରାଜେଶ ମୁଣ୍ଡା, ପ୍ରଦୁନ ବେହେରା, ମୋହନ ମୁଣ୍ଡା, ଶୁଭେନ୍ଦୁ ମୁଣ୍ଡା, ବିଶ୍ୱନାଥ ପ୍ରଧାନ, ଗୋଲକ ପ୍ରଧାନ, ପରେଶ ନାଥ ପ୍ରଧାନ, କୃଷ୍ଣଚନ୍ଦ୍ର ସାହୁ, ମନୋଜ ସାହୁ, ରଞ୍ଜନ ରାମ, ଲୋକନାଥ ସାହୁ ପ୍ରମୁଖ ଚାଷୀ କହିଛନ୍ତି । ଉଠାଜଳ ସେଚନ ପଏଣ୍ଟକୁ ଯଥା ଶିଘ୍ର ଚାଲୁ କରି ଚାଷ କାମରେ ପାଣି ଲଗାଇବା ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଭାବରେ ଧ୍ୟାନ ଦେବାକୁ ଚାଷୀଙ୍କ ତରଫରୁ ଦାବି ହେଉଛି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories