nua o banner

ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ସ୍ଥାନ ପାଇବ ଓଡ଼ିଆ ଭାଷା

BSKY banner  750×100
0

ଭୁବନେଶ୍ୱର: ଓଡ଼ିଆଙ୍କ ପାଇଁ ଖୁସି ଖବର। ଗୁଗୁଲ ସର୍ଚ୍ଚ ଇଞ୍ଜିନରେ ସ୍ଥାନ ପାଇପାରେ ଓଡ଼ିଆ ଭାଷା। ବିଶ୍ୱର ଯେକୌଣସି ସ୍ଥାନରେ ବସିଥିବା ଓଡ଼ିଆ ଲୋକ ଓଡ଼ିଆ ଭାଷାରେ ବିଭିନ୍ନ ସାଇଟ୍‌କୁ ଲଗ୍‌ଅନ୍‌ କରିପାରିବେ। ଓଡ଼ିଆ ଭାଷାରେ ସବୁ ତଥ୍ୟ ପାଇପାରିବେ। ସମ୍ପ୍ରତି ହିନ୍ଦୀ ଓ ଇଂରାଜୀ ଭାଷା ସହିତ ବାଂଲା, ମରାଠୀ, ଗୁଜରାଟୀ, ତେଲୁଗୁ, ପଞ୍ଜାବୀ, କନ୍ନଡ, ମାଲାୟଲମ, ତାମିଲ ପ୍ରଭୃତି ୮ଟି ଆଞ୍ଚଳିକ ଭାଷାରେ ଗୁଗୁଲ ସେବା ଯୋଗାଇ ଦେଉଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ବି ଏ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ ହୋଇନାହିଁ। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଆସନ୍ତା ଏପ୍ରିଲ ମାସରେ ରାଜ୍ୟ ସରକାର ଓ ଗୁଗୁଲ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହେବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।

Leave A Reply