www.samajalive.in
Monday, December 15, 2025
14.1 C
Bhubaneswar

ଓଡ଼ିଆ ବୀର ଯବାନଙ୍କ ବିରଳ ବିଶ୍ୱ ରେକର୍ଡ: ଜନ୍ମମାଟିରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଯାଜପୁର: ଭାରତୀୟ ସେନାରେ କାର୍ୟ୍ୟ କରୁଥିବା ଜଣେ ଓଡ଼ିଆ ଯବାନ ଦୁଃସାହସୀକ କ୍ରୀଡ଼ା ପ୍ରଦର୍ଶନ କରି ବିଶ୍ୱରେକର୍ଡ ସ୍ଥାପନ କରିପାରିଛନ୍ତି। ସେ ହେଉଛନ୍ତି, ଯାଜପୁର ବରୀ ବାଲିଆ ଗାଁର ସଂଗ୍ରାମ କେଶରୀ ଜେନା। ସଂଗ୍ରାମ ନିକଟରେ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ଡେୟାର ଡେଭିଲ ଶୋ’ରେ ବୁଲେଟ ଉପରେ ୧୧ ଫୁଟ୍ ସିଡ଼ି ଉପରେ ଓଲଟା ଚଢ଼ି ୧୨୮ କିମି ଯାତ୍ରା କରି ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି। ଯାହାକୁ ନେଇ ସଂଗ୍ରାମଙ୍କୁ ଦେଶ ବିଦେଶରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ପୂର୍ବରୁ ବିଏସଏଫ୍ ଯବାନ ଅବଦେଶ ସିଂହ ୬୮ କିଲୋମିଟର ଯାତ୍ରା କରି ଏହି ରେକର୍ଡ ପ୍ରତିଷ୍ଠା କରିଥିଲେ।

- Advertisement -

ସଂଗ୍ରାମ ନିଜ ଜନ୍ମମାଟିରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି। ତାଙ୍କୁ ଏକ ଖୋଲା ଜିପ୍ରେ ନିଜ ଜନ୍ମମାଟି ବାଲିଆକୁ ନିଆଯାଇଥିଲା । ରାସ୍ତାରେ ବିଭିନ୍ନ ବ୍ୟକ୍ତିବିଶେଷ, ସଂଗଠନ ଓ ହଜାର ହଜାର ପ୍ରଶଂସକ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସଂଗ୍ରାମଙ୍କ ଏଭଳି ବିରଳ ରେକର୍ଡ ଫଳରେ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ମାଟି ନାଁ ଆଜି ବିଶ୍ୱ ଦରବାରରେ ପହଞ୍ଚପାରିଛି । ବାଲିଆ ପଞ୍ଚାୟତ ପକ୍ଷରୁ ସମସ୍ତ ସ୍ୱାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରାଯାଇଥିଲା । ସଂଗ୍ରାମ ନିଜ ଘରେ ପହଞ୍ଚିବା ପରେ ମାଆ ବନ୍ଦାପନା କରିବା ସହିତ ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ । କଠିନ ପରିଶ୍ରମ ଓ ପରିବାର ଲୋକଙ୍କ ସହଯୋଗ ଏବଂ ଆର୍ଶିବାଦ ଫଳରେ ଏଭଳି ସଫଳତା ମିଳିଥିବା ସଂଗ୍ରାମ କହିଛନ୍ତି। ସଂଗ୍ରାମଙ୍କ ଏହି ରେକର୍ଡ ସମ୍ପର୍କରେ ଦେଶ ବିଦେଶର ଅନେକ ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଛି । ଗିନିଜ୍ ବୁକ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ଘଟଣା ସମଗ୍ର ଓଡ଼ିଆମାନଙ୍କୁ ଗର୍ବିତ କରିଛି । ସଂଗ୍ରାମ ଏଭଳି ଏକ ବିରଳ ରେକର୍ଡ ପ୍ରତିଷ୍ଠା କରି ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ମାନିତ କରିବାକୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories