www.samajalive.in
Friday, December 5, 2025
20.1 C
Bhubaneswar

ଚିନ୍ତାକଳ୍ପ: ଦେଶପ୍ରେମୀ ଭ୍ରାତାତ୍ରୟ

ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବାଣିଜ୍ୟ ଉଦ୍ଦେଶ୍ୟରେ ଆସିଥିଲେ ଭାରତକୁ। ବଣିକ ଭାବରେ ଆସି ଧୂର୍ତ୍ତ, ସୁଚତୁର ଇଂରେଜମାନେ ଭାରତ ଅଧିକାର କରି ଶାସକ ପାଲଟିଗଲେ। ଶୋଷଣ ଥିଲା ସେମାନଙ୍କ ଶାସନର ଏକମାତ୍ର ନୀତି। ଏହି ଶୋଷଣର ଯିଏ ବି ପ୍ରତିବାଦ କରୁଥିଲେ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରୁଥିଲେ- ମୃତ୍ୟୁଦଣ୍ଡ କଳାପାଣିର ବନ୍ଦୀ। ଭାରତୀୟମାନଙ୍କ ସ୍ବରକୁ ଅବଦମିତ କରିବା ପାଇଁ ସକଳ ପ୍ରକାର ଚେଷ୍ଟା କରିଥିଲେ ଇଂରେଜମାନେ। ବିଳମ୍ବରେ ହେଲେ ବି ସ୍ବାଧୀନଚେତା ଭାରତୀୟମାନଙ୍କ ମନରେ ଗୋଲାମି କବଳରୁ ମୁକ୍ତି ପାଇଁ ଆକାଙ୍‌କ୍ଷା ଜାଗି ଉଠିଲା। ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା ୧୮୫୭ରେ ସିପାହି ବିଦ୍ରୋହ ଇଂରେଜମାନଙ୍କ ବିରୋଧରେ ବଡ଼ଧରଣର ପ୍ରତିବାଦ ଥିଲା; ହେଲେ ସମନ୍ବୟ ଅଭାବରୁ ଏହା ବିଫଳ ହୋଇଯାଇଥିଲା। ତଥାପି ସକଳ ପ୍ରକାର ଦମନ ନୀତିକୁ ଭ୍ରୂକ୍ଷେପ ନକରି ଚରମପନ୍ଥୀମାନେ ଇଂରେଜ ଶାସକ ବିରୋଧରେ ସମସ୍ତ ଆନ୍ଦୋଳନ ଜାରି ରଖିଥିଲେ। ମହାତ୍ମା ଗାନ୍ଧୀଙ୍କ ଅହିଂସ ସଂଗ୍ରାମରେ ସେମାନେ ବିଶ୍ବାସ କରୁନଥିଲେ। ପଶ୍ଚିମବଙ୍ଗ ଥିଲା ଏହି ସଶସ୍ତ୍ର ସଂଗ୍ରାମର କେନ୍ଦ୍ରସ୍ଥଳ।

ସ୍ବାଧୀନତା ସଂଗ୍ରାମରେ ଭାଗନେଇ ଫାଶୀ ଖୁଣ୍ଟରେ ଝୁଲିଥିଲେ ଅନେକ ଦେଶପ୍ରେମୀ। ଶିବରାମ ହରି ରାଜଗୁରୁ, ସୁଖଦେବ, ତାନ୍ତିଆ ଟୋପେ, ଭଗତ ସିଂହ, ମଙ୍ଗଲ ପାଣ୍ଡେ, ଖୁଦିରାମ, ପ୍ରମୁଖ ଆଗଧାଡ଼ିର ସଂଗ୍ରାମୀ ସ୍ବାଧୀନତା ସଂଗ୍ରାମରେ ଭାଗନେଇ ଫାଶୀ ପାଇଥିଲେ। କେବଳ ଆଜାଦ୍‌ ଶେଷ ପର୍ଯ୍ୟନ୍ତ ଆଜାଦ (ସ୍ବାଧୀନ) ରହି ନିଜ ବନ୍ଧୁକରୁ ଗୁଳିକରି ନିଜକୁ ହତ୍ୟା କରିଥିଲେ। ଇଂରେଜମାନଙ୍କ ଦ୍ବାରା ଧରାପଡ଼ି ମୃତ୍ୟୁଦଣ୍ଡରେ ଦଣ୍ଡିତ ହେବା ସେ ଚାହୁଁନଥିଲେ। ତେବେ ଏହି ସଂଗ୍ରାମର ତିନିଜଣ ସହୋଦର ଭାଇ ଭାଗନେଇ ଫାଶୀଖୁଣ୍ଟରେ ଝୁଲିବା ସେମାନଙ୍କ ବିରଳ ଦେଶପ୍ରେମର ପରିଚାୟକ ନିଶ୍ଚୟ। ଏହା ସ୍ବାଧୀନତା ସଂଗ୍ରାମର ଇତିହାସରେ ଅନନ୍ୟ ଥିଲା। ଏହି ତିନିଜଣଙ୍କର ନାମ ଥିଲା ଦାମୋଦର ହରି ଚାଫେକର, ବାସୁଦେବ ହରି ଚାଫେକର ଓ ବାଳକୃଷ୍ଣ ହରି ଚାଫେକର। ପୁନେରେ ବ୍ୟାପିଥିବା ମହାମାରୀ ପ୍ଲେଗ୍‌ ଦମନ ପାଇଁ ଆସିଥିବା ଗୋରା ଅଧିକାରୀ ଚାର୍ଲସ ରେଣ୍ଡଙ୍କ ଦୁର୍ବ୍ୟବହାର, ଦମନମୂଳକ ନୀତିରେ ମର୍ମାହତ ହୋଇ ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ତିନିଭାଇ ରେଣ୍ଡଙ୍କୁ ହତ୍ୟା କରିଥିଲେ। ​‌େ​‌ରଣ୍ଡଙ୍କ ପଛରେ ଆସୁଥିବା ଅନ୍ୟଜଣେ ଅଧିକାରୀଙ୍କୁ ମଧ୍ୟ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କର ଟେର୍‌ ପାଇନଥିଲେ ଗୋରା ସରକାର। ତେବେ ଅର୍ଥଲୋଭରେ ଦୁଇ ବିଶ୍ବାସଘାତକ ଇଂରେଜ ସରକାର ନିଯୁକ୍ତ କରିଥିବା ତଦନ୍ତ ଅଧିକାରୀଙ୍କୁ ସେମାନଙ୍କ ସମ୍ପର୍କରେ ସୂଚନା ​‌େଦଇଥିଲେ। ପରିଣାମରେ ସେମାନେ ଧରାପଡ଼ିଥିଲେ। ୧୮ ଅପ୍ରେଲ ୧୮୯୮ରେ ଦାମୋଦର ହରି ଚାଫେକର, ୮ ମଇରେ ବାସୁଦେବ ହରି ଚାଫେକର ଏବଂ ୧୨ ମଇରେ ବାଳକୃଷ୍ଣ ହରି ଚାଫେକରଙ୍କୁ ଫାଶୀ ଦେଇଥିଲେ ଗୋରା ସରକାର।​‌

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories