www.samajalive.in
Monday, December 15, 2025
14.1 C
Bhubaneswar

ଚିନ୍ତାକଳ୍ପ: ଦେଶପ୍ରେମୀ ଭ୍ରାତାତ୍ରୟ

ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବାଣିଜ୍ୟ ଉଦ୍ଦେଶ୍ୟରେ ଆସିଥିଲେ ଭାରତକୁ। ବଣିକ ଭାବରେ ଆସି ଧୂର୍ତ୍ତ, ସୁଚତୁର ଇଂରେଜମାନେ ଭାରତ ଅଧିକାର କରି ଶାସକ ପାଲଟିଗଲେ। ଶୋଷଣ ଥିଲା ସେମାନଙ୍କ ଶାସନର ଏକମାତ୍ର ନୀତି। ଏହି ଶୋଷଣର ଯିଏ ବି ପ୍ରତିବାଦ କରୁଥିଲେ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରୁଥିଲେ- ମୃତ୍ୟୁଦଣ୍ଡ କଳାପାଣିର ବନ୍ଦୀ। ଭାରତୀୟମାନଙ୍କ ସ୍ବରକୁ ଅବଦମିତ କରିବା ପାଇଁ ସକଳ ପ୍ରକାର ଚେଷ୍ଟା କରିଥିଲେ ଇଂରେଜମାନେ। ବିଳମ୍ବରେ ହେଲେ ବି ସ୍ବାଧୀନଚେତା ଭାରତୀୟମାନଙ୍କ ମନରେ ଗୋଲାମି କବଳରୁ ମୁକ୍ତି ପାଇଁ ଆକାଙ୍‌କ୍ଷା ଜାଗି ଉଠିଲା। ଏହାର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା ୧୮୫୭ରେ ସିପାହି ବିଦ୍ରୋହ ଇଂରେଜମାନଙ୍କ ବିରୋଧରେ ବଡ଼ଧରଣର ପ୍ରତିବାଦ ଥିଲା; ହେଲେ ସମନ୍ବୟ ଅଭାବରୁ ଏହା ବିଫଳ ହୋଇଯାଇଥିଲା। ତଥାପି ସକଳ ପ୍ରକାର ଦମନ ନୀତିକୁ ଭ୍ରୂକ୍ଷେପ ନକରି ଚରମପନ୍ଥୀମାନେ ଇଂରେଜ ଶାସକ ବିରୋଧରେ ସମସ୍ତ ଆନ୍ଦୋଳନ ଜାରି ରଖିଥିଲେ। ମହାତ୍ମା ଗାନ୍ଧୀଙ୍କ ଅହିଂସ ସଂଗ୍ରାମରେ ସେମାନେ ବିଶ୍ବାସ କରୁନଥିଲେ। ପଶ୍ଚିମବଙ୍ଗ ଥିଲା ଏହି ସଶସ୍ତ୍ର ସଂଗ୍ରାମର କେନ୍ଦ୍ରସ୍ଥଳ।

ସ୍ବାଧୀନତା ସଂଗ୍ରାମରେ ଭାଗନେଇ ଫାଶୀ ଖୁଣ୍ଟରେ ଝୁଲିଥିଲେ ଅନେକ ଦେଶପ୍ରେମୀ। ଶିବରାମ ହରି ରାଜଗୁରୁ, ସୁଖଦେବ, ତାନ୍ତିଆ ଟୋପେ, ଭଗତ ସିଂହ, ମଙ୍ଗଲ ପାଣ୍ଡେ, ଖୁଦିରାମ, ପ୍ରମୁଖ ଆଗଧାଡ଼ିର ସଂଗ୍ରାମୀ ସ୍ବାଧୀନତା ସଂଗ୍ରାମରେ ଭାଗନେଇ ଫାଶୀ ପାଇଥିଲେ। କେବଳ ଆଜାଦ୍‌ ଶେଷ ପର୍ଯ୍ୟନ୍ତ ଆଜାଦ (ସ୍ବାଧୀନ) ରହି ନିଜ ବନ୍ଧୁକରୁ ଗୁଳିକରି ନିଜକୁ ହତ୍ୟା କରିଥିଲେ। ଇଂରେଜମାନଙ୍କ ଦ୍ବାରା ଧରାପଡ଼ି ମୃତ୍ୟୁଦଣ୍ଡରେ ଦଣ୍ଡିତ ହେବା ସେ ଚାହୁଁନଥିଲେ। ତେବେ ଏହି ସଂଗ୍ରାମର ତିନିଜଣ ସହୋଦର ଭାଇ ଭାଗନେଇ ଫାଶୀଖୁଣ୍ଟରେ ଝୁଲିବା ସେମାନଙ୍କ ବିରଳ ଦେଶପ୍ରେମର ପରିଚାୟକ ନିଶ୍ଚୟ। ଏହା ସ୍ବାଧୀନତା ସଂଗ୍ରାମର ଇତିହାସରେ ଅନନ୍ୟ ଥିଲା। ଏହି ତିନିଜଣଙ୍କର ନାମ ଥିଲା ଦାମୋଦର ହରି ଚାଫେକର, ବାସୁଦେବ ହରି ଚାଫେକର ଓ ବାଳକୃଷ୍ଣ ହରି ଚାଫେକର। ପୁନେରେ ବ୍ୟାପିଥିବା ମହାମାରୀ ପ୍ଲେଗ୍‌ ଦମନ ପାଇଁ ଆସିଥିବା ଗୋରା ଅଧିକାରୀ ଚାର୍ଲସ ରେଣ୍ଡଙ୍କ ଦୁର୍ବ୍ୟବହାର, ଦମନମୂଳକ ନୀତିରେ ମର୍ମାହତ ହୋଇ ତାଙ୍କୁ ଉପଯୁକ୍ତ ଶିକ୍ଷା ଦେବାପାଇଁ ତିନିଭାଇ ରେଣ୍ଡଙ୍କୁ ହତ୍ୟା କରିଥିଲେ। ​‌େ​‌ରଣ୍ଡଙ୍କ ପଛରେ ଆସୁଥିବା ଅନ୍ୟଜଣେ ଅଧିକାରୀଙ୍କୁ ମଧ୍ୟ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କର ଟେର୍‌ ପାଇନଥିଲେ ଗୋରା ସରକାର। ତେବେ ଅର୍ଥଲୋଭରେ ଦୁଇ ବିଶ୍ବାସଘାତକ ଇଂରେଜ ସରକାର ନିଯୁକ୍ତ କରିଥିବା ତଦନ୍ତ ଅଧିକାରୀଙ୍କୁ ସେମାନଙ୍କ ସମ୍ପର୍କରେ ସୂଚନା ​‌େଦଇଥିଲେ। ପରିଣାମରେ ସେମାନେ ଧରାପଡ଼ିଥିଲେ। ୧୮ ଅପ୍ରେଲ ୧୮୯୮ରେ ଦାମୋଦର ହରି ଚାଫେକର, ୮ ମଇରେ ବାସୁଦେବ ହରି ଚାଫେକର ଏବଂ ୧୨ ମଇରେ ବାଳକୃଷ୍ଣ ହରି ଚାଫେକରଙ୍କୁ ଫାଶୀ ଦେଇଥିଲେ ଗୋରା ସରକାର।​‌

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories