www.samajalive.in
Sunday, December 7, 2025
14.1 C
Bhubaneswar

ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ୟ୍ୟାଳୟର ଅଶୋକ ମେହେଟା ସଭା ଗୃହରେ ସରକାରଙ୍କ ନିର୍ଦେଶକ୍ରମେ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ୟ୍ୟାଳୟର ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଶପଥ ପାଠ କରାଇଥିଲେ। (୧)ଯେକୌଣସି ପ୍ରକାର ବିପର୍ୟ୍ୟୟରେ ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ମୁଁ ମୋର ଶକ୍ତି ଓ ସାମର୍ଥ୍ୟ ଅନୁସାରେ କାର୍ୟ୍ୟ କରିବି (୨) ଉଦ୍ଧାର ଓ ରିଲିଫ କାର୍ଯ୍ୟରେ କାର୍ଯ୍ୟରତ କର୍ମଚାରୀ, ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଓ ସହଯୋଗୀ ଦଳମାନଙ୍କୁ ସାହାଯ୍ୟ କରିବି(୩) ଲୋକମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ଓ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ସଚେତନତା ବୃଦ୍ଧି କରିବାକୁ ଚେଷ୍ଟା କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ସମସ୍ତ ଉପସ୍ଥିତ ପଦାଧିକାରୀ ଏବଂ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। ଏହି ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ପାଇଁ ଶପଥ ପାଠ ସମାହୋରରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ଜିଲ୍ଲାପାଳ, ନିର୍ମଳ ନାୟକ, ଅନାମିକା ପାଣ୍ଡେ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ମୌସୁମୀ ନାୟକ, ସହାୟକ ଜିଲାପାଳ, ବାବୁଲାଲ ସାମଲ, ପୁଷ୍ପାଞ୍ଜଳି ଦଣ୍ଡପାଟ, କମଲେସ ମହନ୍ତ, ଜିଲ୍ଲା କ୍ରୀଡା ଓ ସଂସ୍କୃତି ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ, ବିଶ୍ୱ ରଞ୍ଜନ ଭୁକ୍ତା, ସେକ୍ସନ ଅଫିସର, ପି ହରି, ଭଗବାନ ପାଣିଗ୍ରାହୀ, ବିଜୟ କୁମାର ବେହେରା, ଧନପତି ନାୟକ, ମାୟାଧର ନାୟକ, ଭି କ୍ରିଷ୍ଣାବେନି, ଅଶୋକ ଚକ୍ରବର୍ତ୍ତୀ, ଦୁର୍ଗମାଧବ ପଣ୍ଡା, ଜିତେନ୍ଦ୍ର ଚୌଧୁରୀ, ଚିତ୍ତରଞ୍ଜନ ପାତ୍ର, ଜୋଛନା ଚୌଧୁରୀ, ସୁରେଶ ପଟନାୟକ, ସତ୍ୟ ନାରାୟଣ ସାହୁ, ନରେନ୍ଦ୍ର ସାହୁ, ରୀନା ରାଣୀ ପାତ୍ର, ବୁଚି ପାତ୍ରଣି, ସନ୍ଦୀପ ନାୟକ ସହିତ ସହିତ ଜିଲ୍ଲା କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories