ଓଡ଼ିଶାର ବିକାଶ ଏବଂ ଜନସାଧାରଣଙ୍କ ସେବା ହିଁ ମୋର କର୍ତ୍ତବ୍ୟ – ସୁଦେବ ପୃଷ୍ଟି
ପାଟଣା: ଓଡ଼ିଶା ଲୋକ ସେବା ଆୟୋଗ ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଚଳିତ ବର୍ଷ ରାଜ୍ୟରେ ଟପ୍ପର ହୋଇଛନ୍ତି ସୁଦେଶ ପୃଷ୍ଟି। ପ୍ରଥମ ଥର ପାଇଁ ଓସିଏସ ଦେଇ ସେ ଏହି ସଫଳତା ପାଇଛନ୍ତି । ପାଟଣା ବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ଗ୍ରାମର ଭିକାରୀ ପୃଷ୍ଟି ଓ ସାବିତ୍ରୀ ପୃଷ୍ଟିଙ୍କ ୨ ପୁଅ ମଧ୍ୟରୁ ସାନ ପୁଅ ସୁଦେବ ଗାଁ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ଶିକ୍ଷା ସମାପ୍ତ ପରେ ଧରଣୀଧର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶେଷ କରିବା ପରେ ୨୦୦୫ରେ ଭାରତୀୟ ବାୟୁସେନାରେ ଜଣେ ଟେକ୍ନିସିଆନ ଭାବେ ଯୋଗ ଦେଇଥିଲେ। ଏବେ ସେ ଆସାମର ତେଜପୁରରେ କାର୍ଯରତ ଅଛନ୍ତି।
ଚାକିରିରେ ଥାଇ ସେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ ଅଧିନରେ ଯୁକ୍ତ ତିନି ପାସ କରିଛନ୍ତି । ବ୍ୟସ୍ତ ବହୁଳ ଜୀବନରେ ସଂଘର୍ଷ ରତ ଥାଇ ସେ ବିକଶିତ ଓଡିଶା ଓ ଲୋକମାନଙ୍କ ପ୍ରତ୍ୟକ୍ଷ ସେବା କରିବାର ସୁଯୋଗ ପାଇବା ପାଇଁ ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପ୍ରୟାସ ଜାରି ରଖିଥିଲେ। ଓଡ଼ିଶାର ବିକାଶ ଏବଂ ଜନସାଧାରଣଙ୍କ ସେବା ହିଁ ମୋର କର୍ତ୍ତବ୍ୟ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରଥମ ଥର ପରୀକ୍ଷା ଦେଇ ସେ ଟପ୍ପର ହୋଇଥିବାରୁ କେବଳ ପାଟଣା ଅଞ୍ଚଳ ନୁହେଁ ସମଗ୍ର କେନ୍ଦୁଝର ଜିଲାରେ ଖୁସିର ଲହରୀ ଖେଳିଯାଇଛି। ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଓ କଂଗ୍ରେସ ନେତା ବିନୋଦ ବିହାରୀ ନାୟକ ପ୍ରମୁଖ ଶ୍ରୀ ପୃଷ୍ଟି ଙ୍କୁ ଶୁଭେଛା ଜଣାଇଛନ୍ତି।
Comments are closed.