ନୂଆପାଟଣାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା ଉଦଯାପିତ

ତିଗିରିଆ :  ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତିଗିରିଆ ବିଜୁ ଜନତା ଦଳର ଚାଲୁ ରହିଥିବା ଜନସମ୍ପର୍କ ପଦଯାତ୍ରା ବୁଧବାର ନୂଆପାଟଣାରେ ଉଦଯାପିତ ହୋଇଛି । ସ୍ଥାନୀୟ ରାମେଶ୍ୱର ମନ୍ଦିର ଠାରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଗହମରସାହି, ମଝିସାହି, ବଡ଼ସାହି, ନୂଆସାହି, ତେଲିସାହି, ସଡ଼କସାହି, ହରିବଲ୍ଲଭସାହି, ଚଣ୍ଡୀସାହି, ମୁଖ୍ୟରାସ୍ତା ଦେଇ ସୁରେନ୍ଦ୍ରପାଟଣା, ବିଦ୍ୟାନଗରୀ ଦେଇ ମା’ କଳାପାଟଙ୍କ ମନ୍ଦିର ନିକଟରେ ଏହି ପଦଯାତ୍ରା ସମାପ୍ତ ହୋଇଥିଲା । ବିଜେଡ଼ିର ପଞ୍ଚାୟତ ସଭାପତି ଧୃବଚରଣ ଦାସ, ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ, ମହେନ୍ଦ୍ର କୁଣ୍ଡୁ, ପ୍ରକାଶ କୁମାର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗିରଥୀ ନନ୍ଦ, କୁମାର ସାହୁ, ସୁରେନ୍ଦ୍ର କୁଣ୍ଡୁ, କିଶୋରୀ ଦାସ, ପ୍ରମିଳା ଦେବତା, ମୁରଲୀ ଭଞ୍ଜ, ଅଜିତ ଧୀର୍, ଜିଲ୍ଲାପରିଷଦ ସଭ୍ୟ ସଞ୍ଜୟ ମଲ୍ଲିକ ଓ ସସ୍ମିତା ରାଉତ, ନାରୀନେତ୍ରୀ ଶର୍ମିଳା ନାୟକ, ରୂପା ଦଳେଇ, ସମସୁରା ବେଗମ୍, ଉର୍ମିଳା କଟୁଆଳ, ହିମାଂଶୁ ସ୍ୱାଇଁ, ପ୍ରୀତିରଞ୍ଜନ ବେହେରା, ଶୁଭେନ୍ଦୁ ସାହୁ, ସାଗର ଖଟୁଆ, ବିଜୟ ବଳିୟାରସିଂହ, ଗୌରହରି ପରିଡ଼ା ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ହୋଇ ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ସଚେତନ କରିଥିଲେ।

Comments are closed.