ନୂଆପଦରରେ ମା’ ଶ୍ୟାମାକାଳୀଙ୍କ ବାର୍ଷିକ ଯାତ୍ରା ମହୋତ୍ସବ

ଫୁଲବାଣୀ/ଫିରିଙ୍ଗିଆ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନୂଆପଦର ଠାରେ ପବିତ୍ର ଦୀପାବଳି ଅବସରରେ ମା’ ଶ୍ୟାମାକାଳୀଙ୍କ ବାର୍ଷିକ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହୋଇଛି। ଘଣ୍ଟ, ଶଙ୍ଖ ଓ ପାରମ୍ପରିକ ବାଜାବାଦ୍ୟ ସହ ନୁଆଁପଦର ଗାଁ ର ଅଧିଷ୍ଠାତ୍ରୀ ଦେଵୀ ମା’ ଭୈରବୀଙ୍କୁ ଏକ ବିରାଟ ପଟୁଆରରେ ବରଣ କରି ଆଣିବା ପରେ ମା’ ଶ୍ୟାମକାଳୀଙ୍କ ପୂଜା ଆରମ୍ଭ ହୋଇଥିଲା ଓ ପରେ ପରେ ମାଙ୍କ ମଣ୍ଡପ ପ୍ରାଙ୍ଗଣରେ ସାଂସ୍କୃତିକ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା। ମା’ ଶ୍ୟାମାକାଳୀ ପୂଜା ପରିଚାଳନା କମିଟି ସଭାପତି ତ୍ରିନାଥ କହଁର ଓ ଯୁବ ପୂଜା କମିଟି ସଭପତି କାମାକ୍ଷା ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବୌଦ୍ଧ ଉପଜିଲାପାଳ ରବୀନ୍ଦ୍ର କହଁର, ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଗୟାଧର ଦିଗାଲ, ପୂର୍ବତନ ଫିରିଙ୍ଗିଆ ପଞ୍ଚାୟତ ସମିତି ଅଧକ୍ଷ୍ୟ ଲାଲନନ୍ଦ ପ୍ରଧାନ, ଜିଲାପରିଷଦ ସଭ୍ୟ ନୀଳଗିରି ଦିଗାଲ,ଡ଼ିମିରିଗୁଡା ସରପଞ୍ଚ ମନୋଜ କହଁର, ନୂଆପଦର ସରପଞ୍ଚ ଭବାନିଶଙ୍କର କହଁର, ମୀନକେତନ ସାହୁ ପ୍ରମୁଖ ଯୋଗଦେଇଥିଲେ। ପୂଜା କମିଟିର ସମ୍ପାଦକ ରଘୁପତି କହଁର ପରିଚାଳନା କରିଥିବା ବେଳେ ସୁବ୍ରତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

prayash

ଯାତ୍ରାର ପ୍ରଥମ ସନ୍ଧ୍ୟାରେ ଭୁବନେଶ୍ବରର ସୁରସନ୍ଧ୍ୟା ମେଲୋଡି ଟିମ କଳାକାରମାନଙ୍କ ଦ୍ୱାରା ସଂଗୀତ ବିଚିତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ଓଡ଼ିଶାର ତଥା ସାରା ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ଙ୍କ ଟିମ ଓ ଓଡ଼ିଆ ସିନେମା ର ଜଣାଶୁଣା ହାସ୍ୟ ଅଭିନେତା ରବି କୁମାରଙ୍କ ହାସ୍ୟ ଅଭିନୟ ଦର୍ଶକମାନଙ୍କୁ ହସାଇବାରେ ସହାୟକ ହୋଇଥିଲା। ଅନ୍ୟପଟେ ବଲାଙ୍ଗୀର ଜିଲା ବେଲପଡା ତଥା କଣ୍ଠ ଶିଳ୍ପୀ ସାନ ଓ ତାଙ୍କ ଟିମଙ୍କ ସମ୍ବଳପୁରୀ ଗୀତରେ ଦର୍ଶକ ଝୁମି ଉଠିଥିଲେ।

Comments are closed.