ଭୁବନେଶ୍ବର/ ନୂଆପଡ଼ା: ଜିନ୍ଦାବାଦ, ଆରୋପ-ପ୍ରତ୍ୟାରୋପର ରାଜନୀତି ସରିବା ପରେ ମଙ୍ଗଳବାର ନୂଆପଡ଼ା ଉପ-ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି। କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ି ଦେଲେ ସୁରୁଖୁରୁରେ ଭୋଟ ଗ୍ରହଣ ହୋଇଛି। ସନ୍ଧ୍ୟା ୮ଟା ସୁଦ୍ଧା ପ୍ରାୟ ୮୧.୪୫% ମତଦାନ ହୋଇଥିବାବେଳେ ଆଜି ସକାଳ ସୁଦ୍ଧା ୮୧.୯ ପ୍ରତିଶତ ଭୋଟିଂ ହୋଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ଆସନ୍ତା ୧୪ରେ ଭୋଟ ଗଣତି ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍.ଗୋପାଳନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାନ୍ତି ଶୃଙ୍ଖଳାରେ ନୂଆପଡ଼ା ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ମକ୍ ପୋଲ ସମୟରେ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ ହେବା ପରେ ୩ଟି ବାଲଟ୍ ୟୁନିଟ୍ ଏବଂ ତିନୋଟି କଣ୍ଟ୍ରୋଲ୍ ୟୁନିଟ୍ ତୁରନ୍ତ ବଦଳା ଯାଇଥିଲା।
ନୂଆପଡାରେ ୮୧.୯ ପ୍ରତିଶତ ଭୋଟିଂ
Popular Categories



