www.samajalive.in
Wednesday, December 10, 2025
23.1 C
Bhubaneswar

ଆଜି ନୂଆଖାଇ ଲଗ୍ନ ନିର୍ଣ୍ଣୟ

ସମ୍ବଲପୁର: ନୂଆଖାଇ ହେଉଛି ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ। ସୋମବାର ଅପରାହ୍ନ ୪ଟା ସମୟରେ ସମ୍ବଲପୁରର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରରେ ପଣ୍ଡିତ ସଭା ବସିବ। ପଣ୍ଡିତମାନେ ପାରମ୍ପରିକ ପୂଜାର୍ଚ୍ଚନା ପରେ ପାଞ୍ଜି ଦେଖି ନୂଆଖାଇ ପର୍ବର ଲଗ୍ନ ସ୍ଥିର କରିବେ।
ସବୁ ବର୍ଷ ଝାଡୁଆପଡାର ବ୍ରହ୍ମପୁରା ମନ୍ଦିରର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜନ୍ମାଷ୍ଟମୀ ପରଦିନ ଅର୍ଥାତ ନନ୍ଦୋତ୍ସବ ଦିନ ନୂଆଖାଇ ପର୍ବ ନିମନ୍ତେ ଲଗ୍ନ ସ୍ଥିର ହୋଇଥାଏ। ଲଗ୍ନ ଅନୁସାରେ ଭାଦ୍ରବ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିର ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ନିକଟରେ ପ୍ରଥମେ ନବାନ୍ନ ଲାଗି ହୋଇଥାଏ। ଏହାପରେ ଅନ୍ୟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପ୍ରତ୍ୟେକ ଘରେ ସମସ୍ତେ ନୂଆ ଖାଇଥାନ୍ତି।

Hot this week

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

Related Articles

Popular Categories