www.samajalive.in
Wednesday, December 10, 2025
23.1 C
Bhubaneswar

କର୍ଣ୍ଣାଟକ ପୌର ପରିଷଦ ନିର୍ବାଚନ: କଂଗ୍ରେସ ଆଗୁଆ, ବିଜେପି ପଛକୁ ଜେଡିଏସ୍‍

ବେଙ୍ଗାଲୁରୁ: କର୍ଣ୍ଣାଟକ ପୌର ପରିଷଦ ନିର୍ବାଚନ ପ୍ରାଥମିକ ଭୋଟ ଗଣତିରେ କଂଗ୍ରେସ ଆଗୁଆ ରହିଛି। ବିଜେପି ଦ୍ୱିତୀୟ ସ୍ଥାନରେ ଓ ଜେଡିଏସ୍‍ ତୃତୀୟ ସ୍ଥାନରେ ରହିଛି।
ଗତ ଶୁକ୍ରବାର ୧୦୨ଟି ପୌର ପରିଷଦ ଓ ୩ଟି ମହାନଗର ନିଗମ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସୋମବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଅପରାହ୍ଣ ୨ଟା ସୁଦ୍ଧା ୨,୨୬୭ଟି ଆସନର ଫଳାଫଳ ମିଳି ସାରିଛି। ସେଥିମଧ୍ୟରୁ କଂଗ୍ରେସ ପ୍ରାର୍ଥୀ ୮୪୬ଟି ଆସନରେ ଜିତିଛନ୍ତି। ବିଜେପି ପ୍ରାର୍ଥୀ ୭୮୮ଟି ଆସନରେ ଜିତିଥିବା ବେଳେ ଜେଡିଏସ୍‍କୁ ୩୦୭ଟି ଆସନ ମିଳିଛି। ସ୍ୱାଧୀନ ପ୍ରାର୍ଥୀମାନେ ୨୭୭ଟି ଆସନରେ ବିଜୟ ଲାଭ କରିଛନ୍ତି। ସହରାଞ୍ଚଳଗୁଡ଼ିକରେ ବିଜେପି ଭଲ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି।
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପୌର ପରିଷଦ ନିର୍ବାଚନ ଫଳାଫଳକୁ ସବୁ ରାଜନୈତିକ ଦଳ ଗମ୍ଭୀରତାର ସହିତ ନେଇଛନ୍ତି। ତେଣୁ ପୌର ପରଷଦ ଗଠନ ପ୍ରକ୍ରିୟାରୁ ଯଥାସମ୍ଭବ ବିଜେପିକୁ ଦୂରେଇ ରଖିବାକୁ କଂଗ୍ରେସ ଓ ଜେଡିୟୁ ପ୍ରାଣପଣେ ଉଦ୍ୟମ ଆରମ୍ଭ କରିଛନ୍ତି। ପୌର ନିର୍ବାଚନରେ ଏକାକୀ ଲଢ଼ିଥିବା କଂଗ୍ରେସ ଓ ଜେଡିୟୁ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ଘୋଷଣା କରିଛନ୍ତି।
ପ୍ରବଳ ବର୍ଷା ଯୋଗୁଁ କୋଡାଗୁର ତିନିଟି ଅଞ୍ଚଳରେ ଭୋଟ ଦାନ ଘୁଞ୍ଚାଇ ଦିଆଯାଇଥିବା ବେଳେ ବେଙ୍ଗାଲୁରୁରେ ପରବର୍ତ୍ତୀ ସମୟରେ ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ସଂରକ୍ଷଣ ବିବାଦ ଯୋଗୁଁ ଶିବାମୋଗା, ଟୁମାକୁରୁ ଓ ମହୀଶୂରରେ ନିର୍ବାଚନ ଅନୁଷ୍ଠିତ ହୋଇନାହିଁ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories