ଆସନ୍ତା ୬ରୁ ପୁଣି ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଉତ୍ତର ଓଡିଶା ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଟ୍ରଫ ଲାଇନ୍ ଉତ୍ତର ଦିଗକୁ ଗତି କରି ଝାଡଖଣ୍ଡର ଉତ୍ତରପୂର୍ବ ଆକାଶରେ ସମୁଦ୍ର ପତ୍ତନର ଠାରୁ ୪.୫ କିମି ଉପରେ ଘନୀଭୂତ ହୋଇଛି । ଏହା ବାଦ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୬ ତାରିଖରୁ ଉତ୍ତର ଓଡିଶା ଏବଂ ଅଭ୍ୟନ୍ତରୀଣ ଓଡିଶାର କେତେକ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବାନା ରହିଛି । ସୋମବାର ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ଆଜି ସର୍ବାଧିକ ତାପମାତ୍ରା ଗୋପାଳପୁରରେ ୩୩.୧ ଡିଗ୍ରୀ ସେଲସିୟସ ଏବଂ ସର୍ବନିମ୍ନ ତାପମାତ୍ରା ୧୮.୦ ଡିଗ୍ରୀ ସେଲସିୟସ ସୁନ୍ଦରଗଡରେ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲା ବେତନାଟିରେ ୮ ସେମି ଓ ସୁନ୍ଦରଗଡ ଜିଲାର ବଣେଇଗଡରେ ୭ ସେମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।

Leave A Reply