www.samajalive.in
Wednesday, December 10, 2025
16.1 C
Bhubaneswar

ବିପଦ ସାଜିଛି ୨୪ଟି ଆଙ୍ଗୁଳି !

ଉତ୍ତରପ୍ରଦେଶ: ବେଳେବେଳେ ନିଜେ ହିଁ ନିଜ ମୃତ୍ୟୁର କାରଣ ବନିଥିବା କିଛି କ୍ଷେତ୍ରରେ ଦେଖିବାକୁ ମିଳେ । ସେହିପରି ଉତ୍ତରପ୍ରଦେଶ ବାରବାଙ୍କୀରେ ଏକ  ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟଅଞ୍ଚଳର ଜଣେ କିଶୋରଙ୍କ ହାତ ଓ ଗୋଡରେ ସର୍ବମୋଟ ୨୪ଟି ଆଙ୍ଗୁଳି ରହିଛି । ଯାହା ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ତାନ୍ତ୍ରିକ କଥାରେ ପଡି ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ବଳି ଦେବାକୁ ଚାହୁଁଛନ୍ତି । ତାନ୍ତ୍ରିକ ଜଣଙ୍କ ତାଙ୍କ ସର୍ମ୍ପକୀୟଙ୍କୁ ପରାମର୍ଶ ଦେଇଛି ଯେ, ଯଦି ସେମାନେ ଏହି  ‘ବିକାରଗ୍ରସ୍ତ ଯୁବକ’ଙ୍କ ବଳି ଦିଅନ୍ତି ତେବେ ସେମାନେ ଖୁବ୍ ଶୀଘ୍ର ଧନୀ ହୋଇଯିବେ । ସମ୍ପର୍କୀୟମାନେ ମଧ୍ୟ ସୁଯୋଗ ଅପେକ୍ଷାରେ ରହିଛନ୍ତି । ଏହାକୁ ନେଇ ତାଙ୍କ ପରିବାରବର୍ଗ ଓ କିଶୋର ଜଣଙ୍କ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି କାରଣରୁ କିଶୋର ଜଣଙ୍କ ସ୍କୁଲ ଯିବା ମଧ୍ୟ ବନ୍ଦ ହୋଇ ଯାଇଛି ।

ଏହି ମାମଲାରେ ପରିବାର ଲୋକ ପୁଲିସର ସହୟତା ଲୋଡିଛନ୍ତି । ତାଙ୍କୁ ଶିକ୍ଷା କ୍ଷେତ୍ରରେ ସାହାଯ୍ୟ ପ୍ରଦାନ କରାଯିବ ବୋଲି ବାରବାଙ୍କୀ ସର୍କଲ ଅଫିସର ଉମାଶଙ୍କର ସିଂଙ୍କ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏନେଇ ତାଙ୍କ ନିକଟରେ ଅଭିଯୋଗ ହୋଇଛି ଏବଂ ସେ ନିରପେକ୍ଷ ଭାବରେ ଏହାର ତଦନ୍ତ କରିବେ । ପରିବାରର ଅାର୍ଥିକ ସ୍ଥିତି ଖରାପ ଥିବାରୁ କିଶୋରଙ୍କୁ ପଢା ପାଇଁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସର୍କଲ ଅଫିସର କହିଛନ୍ତି ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories