ଫୁଲବାଣୀ : ରାଜ୍ୟ ସରକାର ସମସ୍ତ ବର୍ଗର କର୍ମଚାରୀଙ୍କ ଠିକା ପ୍ରଥା ଉଚ୍ଛେଦ କରି ଠିକା ନିଯୁକ୍ତି ସମୟକୁ ନିୟମିତ ଚାକିରିରେ ଗଣନା କରିବାକୁ ଘୋଷଣା କରିଥିବାବେଳେ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏହି ନିୟମରୁ ଦୂରରେ ରହିଛନ୍ତି । ତେଣୁ ଖଜୁରୀପଡ଼ା ବ୍ଲକର ଏନପିଏସ୍ ଶିକ୍ଷକ-ଶିକ୍ଷୟତ୍ରୀ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରି ଆଗାମୀ ଦିନରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବା ପାଇଁ ପ୍ରସ୍ତୁତ ହେୁଛନ୍ତି । ଖଜୁରୀପଡ଼ା ବାଳିକା ଉ.ପ୍ରା ବିଦ୍ୟାଳୟ ଠାରେ ଆବାହକ ଗୋପୀନାଥ ପ୍ରଧାନ, ଜିଲ୍ଲା ଏନପିଏସ୍ ସଂଘ କାର୍ଯ୍ୟକାରୀ ସଭାପତି ସରୋଜ ସେଠୀ ,ଫୁଲବାଣୀ ବ୍ଲକ୍ ସଂପାଦକ ଅରୁଣ ପାତ୍ରଙ୍କ ମିଳିତ ତତ୍ତ୍ଵାବଧାନରେ ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବ୍ଲକ୍ ସ୍ତରୀୟ ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକମାନଙ୍କୁ ନେଇ ଏକ ନୂତନ ସଂଘ ଗଠନ କରାଯାଇଥିଲା । ଏଥିରେ ନୂତନ ଏନପିଏସ୍ ଶିକ୍ଷକ ସଂଘର ସଭାପତି ଭାବେ ରଘୁନାଥ କହଁର, ଉପ-ସଭାପତି ଭାବେ ସୁନିଲ କୁମର ବେହେରା, ସଂପାଦକ ମଦନ ମୋହନ ବେହେରା, ସହ ସଂପାଦିକା ଶ୍ରୀମତୀ ଜୟନ୍ତୀ ଦିଗାଲ, କୋଷାଧ୍ୟକ୍ଷ ଭାବେ ଦୀନବନ୍ଧୁ ନାୟକଙ୍କୁ ମନୋନିତ କରାଯାଇଥିବା ବେଳେ ଉପଦେଷ୍ଠା ମଣ୍ଡଳୀରେ ଗୋପୀନାଥ ପ୍ରଧାନ, କୁବେର ପ୍ରଧାନ ଏବଂ ମିଡ଼ିଆ ସଂଯୋଜକ ଭାବେ ପ୍ରଦୀପ କୁମାର ମଲିକଙ୍କୁ ଦାୟିତ୍ଵ ଦିଆଯାଇଥିଲା । ବୈଠକରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୬୦ ରୁ ୭୦ ଏନପିଏସ୍ ବର୍ଗର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିବାବେଳେ ବୈଠକରେ ଏନପିଏସ୍ ବର୍ଗର ପ୍ରାଥମିକ ଶିକ୍ଷକ-ଶିକ୍ଷୟତ୍ରୀ ମାନଙ୍କ ଠିକା ସମୟକୁ ନିୟମିତ ଚାକିରି ଭାବେ ଗଣନା ଓ ୫ଟି ଇନକ୍ରିମେଣ୍ଟ ପ୍ରଦାନ ଦିଗରେ ସରକାର ପଦକ୍ଷପ ନନେଲେ ଖୁବ୍ ଶୀଘ୍ର ଆଗାମି ଦିନରେ ଆନ୍ଦୋଳନକୁ ଓଲ୍ଲାଇବା ପାଇଁ ଆଭିମୁଖ୍ୟ ଗ୍ରହଣ କରାଯାଇଛି ।
Comments are closed.