bjd gruha runa

ମହାକାଶରେ ମହାଜାଗତିକ ଦୃଶ୍ୟ, ଲୋକେ ଦେଖିଲେ ଚନ୍ଦ୍ରଗ୍ରହଣ

ଭୁବନେଶ୍ବରରେ ଦେଖାଦେଲାନି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଦୂରବିକ୍ଷଣ ଯନ୍ତ୍ରରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିଲେ ଦର୍ଶକ

BJD Bijuli 480×75 Mob

ଆଜି ଚନ୍ଦ୍ରଗ୍ରହଣ। ମହାକାଶରେ ମହାଜାଗତିକ ଦୃଶ୍ୟ। ଗୋଟିଏ ସରଳ ରେଖାରେ ଅଛନ୍ତି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର। ଚଳିତ ବର୍ଷ ଏହା ଶେଷ ତଥା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ। ଅପରାହ୍ଣ ୨ଟା୩୮ମିନିଟରୁ ଲାଗିଛି ଗ୍ରହଣ। ୬ଟା୧୮ ମିନିଟରେ ଗ୍ରହଣ ସର୍ବମୋକ୍ଷ ହୋଇଥିଲା। ୧ଘଣ୍ଟା ୧୨ ମିନିଟ ୪୮ ସେକେଣ୍ଡ ଧରି ଦୃଶ୍ୟମାନ ହୋଇଥିଲା ଗ୍ରହଣ। ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସହ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଇଥିଲେ।
ଅପରପକ୍ଷରେ ଭୁବନେଶ୍ବରରେ ଦେଖାଗଲାନି ଚନ୍ଦ୍ରଗ୍ରହଣ। ଦିଗବଳୟ ଓ ବାଦଲ ଯୋଗୁ ହେଲାନାହିଁ ଦୃଶ୍ୟମାନ। ସନ୍ଧ୍ୟା ୫.୫ ମିନିଟରେ ଉଦୟ ହେଲା ଚନ୍ଦ୍ର। ସନ୍ଧ୍ୟା ୫ଟା୫ରୁ ୫ଟା୧୧ ଯାଏଁ ଥିଲା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ। ୬ ମିନିଟ ପାଇଁ ଦୃଶ୍ୟମାନ ହୋଇଥାନ୍ତା ପୂର୍ଣ୍ଣଚନ୍ଦଗ୍ରହଣ। ଭୁବନେଶ୍ବର ଆକାଶରେ ପୂର୍ଣ୍ଣଚନ୍ଦ୍ର ଗ୍ରହଣ ଦେଖାଯାଇନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ଉପନିର୍ଦେଶକ ସୂଚନା ପ୍ରଦାନ କରିଛନ୍ତି।

ଅପରପକ୍ଷରେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୫ଟା ୧୧ରୁ ୬ଟା ୧୯ ଯାଏଁ ଦେଖାଯାଇଥିଲା। ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ସନ୍ଧ୍ୟା ୫ଟା ୫ ମିନିଟରୁ ୬ଟା ୧୯ ଯାଏ ଦୂରବିକ୍ଷଣ ଯନ୍ତ୍ର ଦ୍ୱାରା ଦେଖାଇବାର ବ୍ୟବସ୍ଥା ହୋଇଥିଲା। ଆକାଶ ମେଘାଚ୍ଛନ୍ନ ଥିବାରୁ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଆକାଶରେ ଦେଖାଯାଇନଥିଲା। ତେବେ ଆଂଶିକ ଚନ୍ଦ୍ରଗ୍ରହଣ ସନ୍ଧ୍ୟା ୬ଟା୨୯ ପର୍ଯ୍ୟନ୍ତ ଦେଖାଯାଇଥିଲା। ମହାକାଶର ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ଭୁବନେଶ୍ବର ପଠାଣି ସାମନ୍ତ ପ୍ଲାନେଟାରିୟମରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟକୁ ଦେଖିବା ପାଇଁ ଛୋଟପିଲାଟାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଏଠାରେ ଏକାଠି ହୋଇଥିଲେ। ଦୂରବିକ୍ଷଣ ଯନ୍ତ୍ର ସହିତ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ର ସହାୟତାରେ ଧାଡ଼ିରେ ଆସି ସମସ୍ତେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିବାର ସୁଯୋଗ ପାଇଥିଲେ। ସେହିପରି ଡିସ୍‌ପ୍ଲେ ସାହାଯ୍ୟରେ ମଧ୍ୟ ଦର୍ଶକ ଆଂଶିକ ଚନ୍ଦ୍ରଗ୍ରହଣ ସିଧାପ୍ରସାରଣ କରାଯାଇଥିଲା। ଏଭଳି ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୨୦୨୫ ମସିହା ସେପ୍ଟେମ୍ବର ମାସରେ ଦେଖାଯିବ । ସେହିପରି ଭାରତରେ ପରବର୍ତୀ ସୂର୍ଯ୍ୟପରାଗ ଆସନ୍ତା ୨୦୨୭ ମସିହା ଅଗଷ୍ଟ ମାସରେ ଦେଖାଯିବ ବୋଲି ପଠାଣି ସମାନ୍ତ ପ୍ଲାନେଟାରିୟମର ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

Comments are closed.