Patra electronics

 ପ୍ରତିଦିନ ଛପା ଯାଉଛି ୩ ହଜାର କୋଟି ଟଙ୍କାର ୫୦୦ ଟଙ୍କିଆ ନୋଟ୍‌

0

ନୂଆଦିଲ୍ଲୀ:   କିଛି ଦିନ ତଳେ ଦେଶର ଏଟିଏମ୍‌ମାନଙ୍କରେ ନୋଟର ଅଭାବ ପରିଲକ୍ଷିତ ହୋଇଥିଲା । ଏହାପରେ ବିଭିନ୍ନ ମୁଦ୍ରା ଛପା କାରଖାନରେ  ୫୦୦ ଟଙ୍କିଆ ନୋଟ ଛପା ଆରମ୍ଭ ହୋଇଥିଲା । ପ୍ରତିଦିନ ଦେଶରେ ୩ ହଜାର କୋଟି ଟହ୍କାର ୫ଶହ ଟଙ୍କିଆ ନୋଟ୍‌ ଛପା ହେଉଛି । ଖୁବ ଶୀଘ୍ର ଦେଶରେ ନଗଦ ଅର୍ଥର ଅଭାବ ଦୂର ହେବ ବୋଲି ଅର୍ଥନୈତିକ ବ୍ୟାପାର ସଚିବ ସୁବାଷ  ଚନ୍ଦ୍ର ଗର୍ଗ ସୂଚନା ଦେଇଛନ୍ତି ।  ପିଟିଆଇ କୁ ସୁବାଷ ଗର୍ଗ ଏହି ସୂଚନା ଦେଇଛନ୍ତି ।

ଦେଶର ବିଭିନ୍ନ ରାଜ୍ୟରେ ଏଟିଏମ୍‌ମାନଙ୍କରେ ଅର୍ଥାଭାବ ଦେଖା ଦେଇଥିବା ଅଭିଯୋଗ ହୋଇଥିଲା । ଗତ ସପ୍ତାହ ସୁଦ୍ଧା ଦେଶର ୮୫ ପ୍ରତିଶତ ଏଟିଏମ୍‌ କାମ କରୁଥିବା ସେ ସୂଚନା ଦେଇଛନ୍ତି । ଦେଶରେ ଏବେ ୭ ଲକ୍ଷଟି   ୨୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ କରାଯାଉଛି । ପ୍ରତିଦିନ ୨୫୦୦ କୋଟିରୁ ୩୦୦୦ କୋଟି ଟଙ୍କାର ୫୦୦ ଶହ ଟଙ୍କିଆ ନୋଟ୍‌ ଛପା ଚାଲିଛି । ଖୁବ ଶୀଘ୍ର ଏଟିଏମ୍‌ମାନଙ୍କରେ ଦେଖା ଦେଇଥିବା ଅଚଳାବସ୍ଥା ଦୂର ହୋଇଯିବ ବୋଲି ସେ ପ୍ରକାଶ କରିଛନ୍ତି । ଏବେ ନୋଟ୍‌ ଛପା ବେଳେ ଏହାର ସୁରକ୍ଷା ଦିଗ ପ୍ରତି ଅଧିକ

Leave A Reply