ଖରାରେ ପିଇବା ପାଇଁ ମିଳୁନି ପାଣି, ଗରା ବାଲ୍‌ଟି ଧରି ରାସ୍ତାରେ ବସିଲେ ମହିଳା -ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗ

କେନ୍ଦୁଝରସଦର :କେନ୍ଦୁଝର ସଦର ବ୍ଲକ ଗୋପୀନାଥପୁର ବାସିନ୍ଦାଙ୍କୁ ବସୁଧା ପ୍ରକଳ୍ପରୁ ପାଣି ମିଳୁନି । ଅସହ୍ୟ ଖରାରେ ଏବେ ଗୋପୀନାଥରପୁର ବେହେରା ସାହି ,ଶାସନ ସାହି,ରାଇସୁଆଁ,ସିଲିସୁଆଁ, ହର୍ଷପୁର ଅଞ୍ଚଳରେ ପାଣି ସମସ୍ୟା ଉତ୍କଟ ହୋଇ ପଡିଛି।

prayash

ଆଜକୁ ୫ବର୍ଷ ହେଲାଣି ଅଭିଯୋଗ ହୋଇ ଆସୁଥିଲେ ହେଁ କୈାଣସି ସୁଫଳ ନମିଳିବାରୁ ବୁଧବାରରେ ସଦର ଥାନା ନିକଟ ୨୦ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବସୁଧା ପ୍ରକଳ୍ପ ଆଗରେ ଗୋପୀନାଥପୁର ସରପଞ୍ଚ ସରୋଜ କୁମାର ଦେହୁରୀ, ରାଇସୁଆଁ ସରପଞ୍ଚ ଅନନ୍ତ ଚନ୍ଦ୍ର ଦେହୁରୀ ସମିତିସଭ୍ୟ ବସନ୍ତ ସାହୁ ଙ୍କ ଉପସ୍ଥିତିରେ ମହିଳାମାନେ ଗରା ବାଲଟି ଧରି ପ୍ରତିବାଦ ଜଣାଇଥିଲେ।ଏଥିସହ ଜାତୀୟ ରାଜପଥରେ ଗାଡି ଅଟକାଇ ରାସ୍ତାରୋକ କରିଥିଲେ।ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେବାରୁ ସଦର ଥାନା ଅଧିକାରୀ ତ୍ରୀନାଥ ସେଠୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ରୋକ ହଟିଥିଲା। ଏହାପରେ ଆନ୍ଦୋକାରୀ ମାନେ ସଦଳବଳେ ଏହି ବିଷୟ କୁ ନେଇ ସଦର ଥାନାକୁ ଯାଇଥିବାବେଳେ ତାଙ୍କ ସହିତ ସଦର ବିଧାୟକ ମୋହନ ମାଝୀ ମଧ୍ୟ ଯାଇଥିଲେ ।

ତେବେ ସେଠାରେ ସଦର ଥାନା ଅଧିକାରୀ ବିଧାୟକଙ୍କୁ ଦେଖି ଉତକ୍ଷିପ୍ତ ହୋଇ ଦୁର୍ବ୍ୟବହାର କରିଥିବା ବିଧାୟକ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଏହି ଘଟଣା ପରେ ସଦର ବିଧାୟକ ଏବଂ ଆନ୍ଦୋଳନକାରୀ ଓ ଦଳୀୟ ସମର୍ଥକମାନେ ସଦର ଥାନା ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ଦୁର୍ବ୍ୟବହାର କୁ ନେଇ ସଦର ଥାନା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ବିଧାୟକ । ସରକାରୀ ଦଳର ପ୍ରରୋଚନାରେ ଥାନାଧିକାରୀ ଏଭଳି ଦୁର୍ବ୍ୟବହାର କରୁଥିବା ବିଧାୟକ ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ପରବର୍ତ୍ତୀ ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ କୁମାର ନାୟକ ଙ୍କ ହସ୍ତକ୍ଷେପ ପରେ ବିଧାୟକ ଓ ଆନ୍ଦୋଳନକାରୀ ଧାରଣରୁ ଉଠିଥିଲେ । ଗ୍ରାମ୍ୟ ଜଳ ତଥା ପରିମଳ ବିଭାଗ ନିର୍ବାହୀ ଅଧିକାରୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ୮ ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟା ସମାଧାନର ଏବଂ ବର୍ତ୍ତମାନ ଠାରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Comments are closed.