ଗୋଆ ବେଳାଭୂମିରେ ସେଲ୍‌ଫି ନେଲାବେଳେ ବୁଡିଗଲେ ୪ ଜଣ

ପାଣାଜୀ – ଗୋଆ ବେଳାଭୂମିରେ ସେଲଫି ନେବା ବେଳେ ୪ ଜଣ ବୁଡିଯାଇଥିବା ସୂଚନା ।ରବିବାରରେ ଗୋଆର କ୍ୟୁରେମି ବେଳାଭୂମିରେ ଥିବା ପଥର ଉପରେ ଛିଡା ହୋଇ ୧୨ରୁ ୨୫ ବର୍ଷ ବୟସ୍କ ପର୍ଯ୍ୟଟକମାନେ ସେଲ୍‌ଫି ନେଉଥିଲେ । ପଥର ଉପରେ ଛିଡା ହୋଇଥିବା ବେଳେ ଏକ ଢେଉ ଆସିବାରୁ ସମସ୍ତେ ପାଣିକୁ ଖସି ପଡିଥିଲେ । ସେଠାରେ ନୋ ସେଲ୍‌ଫି ଜୋନ୍‌ ଲେଖାଯାଇଥିବା ସତ୍ତ୍ୱେ ସେମାନେ ତାକୁ ନମାନି ପଥର ଉପରେ ସେଲ୍‌ଫି ନେଇଥିବା କୁହାଯାଉଛି ।

ଏହାପରେ ସେଠାରେ ଥିବା ଲୋକମାନେ ତୁରନ୍ତ ଉଦ୍ଧାରକାରୀ ଦଳ ଏବଂ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସେମାନଙ୍କର ତଲାସି କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁଇ ଜଣଙ୍କୁ ଲାଇଫ୍‌ଗାର୍ଡ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତରସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ପରେ ଅନ୍ୟ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକମାନଙ୍କ ମଧ୍ୟରେ ମହମ୍ମଦ ଅଲି (୨୫) , ଭକିଲ୍‌ ଅଲି, ସକିନା ଖାତୁନ୍‌ ଏବଂ ଜଣେ ୧୨ ବର୍ଷର ବାଳକ ରହିଛନ୍ତି । ଏମାନେ ସମସ୍ତ ଉତ୍ତର ଗୋଆର ବାସିନ୍ଦା ।

Comments are closed.