www.samajalive.in
Sunday, December 7, 2025
26.1 C
Bhubaneswar

ପଡ଼ିକାର୍ଡ଼ ଓ ସାମଗ୍ରୀ ବଣ୍ଟନରେ ଅବ୍ୟବସ୍ଥା : ଭିକରେ ମେଣ୍ଟୁଛି ଭୋକ

ବଡ଼ମ୍ବା :  ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ପ୍ରଦାନ କରାଯାଉଥିବା ମାସିକ ସାମଗ୍ରୀ ପ୍ରଦାନ ହେଉ କି ପଡ଼ିକାର୍ଡ଼ ବଣ୍ଟନରେ ବିଭିନ୍ନ ପଞ୍ଚାୟତରେ ସମସ୍ୟା ଲାଗି ରହିଛି । ବିଧାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକ ସମେତ ସମିତି ବୈଠକରେ ଏନେଇ ବାରମ୍ବାର ଉଦବେଗ ପ୍ରକାଶ କରାଯାଉଛି । ତେବେ ଏନେଇ ଆନ୍ତରିକତା ଅଭାବ ଏବଂ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଦିନକୁ ଦିନ ଏହାକୁନେଇ ଜନଅସନ୍ତୋଷ ବୃଦ୍ଧିପାଉଥିବା ଲକ୍ଷ୍ୟ କରାଯାଉଛି । ଏହି ବ୍ଲକ ଅନ୍ତର୍ଗତ ଶଂଖାମେରୀ ପଞ୍ଚାୟତରେ ପଡ଼ିକାର୍ଡ଼ ବଣ୍ଟନ ହେଉ କି ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ପଞ୍ଚାୟତର ଖୋଦ ନାଏବ ସରପଞ୍ଚ ନିର୍ଦ୍ଧିଷ୍ଟ ଭାବେ ତଥ୍ୟ ସମ୍ବଳିତ ଅଭିଯୋଗ ସ୍ଥାନୀୟ ପ୍ରଶାସନଠୁ ଧରି ଜିଲା ପ୍ରଶାସନ ପର୍ଯ୍ୟନ୍ତ କରିଥିଲେ ମଧ୍ୟ ଏଦିଗରେ ସାମାନ୍ୟ ଟିକିଏ ତଦନ୍ତ ହୋଇପାରିନଥିବା ଜଣାଯାଇଛି । ଆଶ୍ଚର୍ଯ୍ୟର ବିଷୟ ଅଭିଯୋଗ ମୁତାବକ ସଂପୃକ୍ତ ପଞ୍ଚାୟତରେ ଅନେକ ସରକାରୀ ଚାକିରିଆ ପରିବାର, ପେନସନ ପାଉଥିବା ପରିବାର ସମେତ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ପରିବାର ପଡ଼ିକାର୍ଡ଼ ମାଧ୍ୟମରେ ନିୟମିତ ଖାଦ୍ୟ ସାମଗ୍ରୀ ପାଉଛନ୍ତି ! ହେଲେ କାର୍ଡ଼ ଲାଗି ଅପେକ୍ଷାରତ ଅତ୍ୟନ୍ତ ଗରିବ ତଥା ଯୋଗ୍ୟ ପରିବାର ଭିକମାଗି ନିଜ ପରିବାରର ଭୋକ ମେଣ୍ଟାଉଥିବା ଆବେଦନରେ ଦର୍ଶାଇଥିବା ସତ୍ତ୍ବେ ତା’ ପ୍ରତି କାହାର ହେଲେ ଦୃଷ୍ଟି ପଡ଼ୁନି।

ଶଂଖାମେରୀ ଗ୍ରାମର ଦୀନଦୁଃଖି ବିଧବା ଜାମିନୀ ନାଏକଙ୍କ ପରିବାର ନିଜର ୬ଜଣ ଶିଶୁ ଏବଂ ବିଧବା ଶାଶୁଙ୍କୁ ଧରି ଏଭଳି ଦୁଃଖଯନ୍ତ୍ରଣାରେ ପରିବାର ଚଳାଉଥିବା ବେଳେ ପଡ଼ିକାର୍ଡ଼ ପାଇଁ ସେ ଅପେକ୍ଷାରତ ଥିବା ଜଣାଯାଇଛି । ପ୍ରଶ୍ନ ଉଠୁଛି ସାଧାରଣ ଜନତାଙ୍କ ହାରିଗୁହାରୀ ତ’ ଦୂରେ ଯଦି ସମୀକ୍ଷା ବୈଠକରେ ଆଲୋଚନା ସତ୍ତେବ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ପ୍ରଶାସନ ଦୃଷ୍ଟି ନଦେବେ ତେବେ ବ୍ୟବସ୍ଥାରେ ସୁଧାର ଆସିବ କେମିତି ? କେବଳ ଶଂଖାମେରୀ ନୁହେଁ, ଏହି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ହଜାର ହଜାର ସଂଖ୍ୟାରେ ପଡ଼ିକାର୍ଡ଼ଧାରୀ ମୃତ୍ୟୁବରଣ କରିସାରିଥିଲେ ସୁଦ୍ଧା ସେମାନଙ୍କ ନାଁ କଟିନଥିବା ବେଳେ ଅପେକ୍ଷାରତ ଯୋଗ୍ୟ ହିତାଧିକାରୀଟି କାର୍ଡ଼ ପାଇପାରୁନାହିଁ । ବ୍ୟବସ୍ଥାରେ ଏଭଳି ପ୍ରମୁଖ ସମସ୍ୟା ରହୁଥିବା ନେଇ ଅନେକ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିମାନେ ବାରମ୍ବାର ସମୀକ୍ଷା ବୈଠକରେ ଆପତ୍ତି କରିଆସୁଛନ୍ତି । ହେଲେ ପରିତାପର ବିଷୟ ମାସମାସ ବିତିଯାଉଥିଲେ ସୁଦ୍ଧା ସମସ୍ୟା ସମାଧାନ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉନଥିବା ଜଣାଯାଉଛି । ଯାହାଫଳରେ କି ସୁଷମ ବଣ୍ଟନ ବଦଳରେ ବ୍ୟବସ୍ଥାରେ ଦୁର୍ନୀତିକୁ ପରୋକ୍ଷରେ ପ୍ରଶୟ ଦିଆଯାଉଥିବା ସାଧାରଣରେ ମନେ କରାଯାଉଛି । ଦିର୍ଘମାସ ଧରି ଲାଗି ରହିଥିବା ଏଭଳି ଅବ୍ୟବସ୍ଥା ସୁଧାରିବାକୁ ଅନେକ ଜନପ୍ରତିନିଧି ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ବିଡ଼ମ୍ବନା ଶଂଖାମେରୀ ପଞ୍ଚାୟତରେ ଉପୁଜିଥିବା ସମସ୍ୟା ନିରାକରଣ ଦିଗରେ ନିର୍ବାଚିତ ଜନ ପ୍ରତିନିଧି,ଏପରିକି ପଞ୍ଚାୟତର ନାଏବ ସରପଞ୍ଚ ପ୍ରସାସନର ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନଥିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରାଯାଇଛି । ଜିଲା ପ୍ରଶାସନ ଏଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories