www.samajalive.in
Monday, December 15, 2025
24.1 C
Bhubaneswar

ରାହୁଲ କ୍ଷମା ମାଗିବେ ନାହିଁ : ଖଡଗେ

ନୂଆଦିଲ୍ଲୀ : ଲଣ୍ଡନରେ ଭାରତର ଗଣତନ୍ତ୍ର ସମ୍ପର୍କରେ ରାହୁଲ ଗାନ୍ଧୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ସେ କ୍ଷମା ମାଗିବେ ନାହିଁ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ଖଡଗେ କହିଛନ୍ତି ଯେ ରାହୁଲଙ୍କ ଠାରୁ ଯେଉଁମାନେ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ ଜବାବ ଦେବା ଦରକାର। କାରଣ ନରେନ୍ଦ୍ର ମୋଦୀ ବିଦେଶ ମାଟିରେ ଭାରତ ବିରୋଧୀ ମନ୍ତବ୍ୟ ଦେଇ ଦେଶକୁ ଅପମାନିତ କରିଛନ୍ତି। ତେଣୁ ରାହୁଲଙ୍କ ଠାରୁ ଯେଉଁମାନେ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ସେମାନେ ମୋଦୀଙ୍କ ଭାରତ ବିରୋଧୀ ମନ୍ତବ୍ୟ ବେଳେ କ’ଣ କରୁଥିଲେ ତାର ଉତ୍ତର ଦେବା ଦରକାର।
ଅନ୍ୟପଟେ ରାହୁଲ ଗାନ୍ଧୀ ତାଙ୍କ ଲଣ୍ଡନ ଗସ୍ତ ଶେଷ କରି ବୁଧବାର ସ୍ବଦେଶ ଫେରିଛନ୍ତି। ଫେବୃଆରୀ ୨୮ରୁ ରାହୁଲ ଲଣ୍ଡନ ଗସ୍ତରେ ଯାଇଥିଲେ। କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ନିମନ୍ତ୍ରଣ କ୍ରମେ ରାହୁଲ ଲଣ୍ଡନ ଗସ୍ତରେ ଯାଇଥିଲେ। ତେବେ ରାହୁଲଙ୍କ ଲଣ୍ଡନ ଗସ୍ତକୁ ନେଇ ବିବାଦ ଦେଖାଯାଇଛି। ଲଣ୍ଡନରେ ରାହୁଲ ଭାରତର ଗଣତନ୍ତ୍ର ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦ ଅଚଳ ରହିଛି। ବିଦେଶ ମାଟିରେ ରାହୁଲ ଭାରତକୁ ନିନ୍ଦିତ କରିଥିବାରୁ ଶାସକ ବିଜେପି ତାଙ୍କ ଠାରୁ କ୍ଷମା ପ୍ରାର୍ଥନା ଦାବି କରିଛି। ଏହି ଦାବିକୁ ନେଇ ସଂସଦର ବଜେଟ ଅଧିବେଶନ ସୋମବାରଠାରୁ ତିନିଦିନି ହେଲା ଅଚଳ ରହିଛି। ବିଜେପିର କ୍ଷମା ପ୍ରାର୍ଥନା ଦାବିକୁ କଂଗ୍ରେସ ଅଗ୍ରାହ୍ୟ କରିଛି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories