ତିନି ଯୁବତୀ ମୃତ୍ୟ ମାମଲା, ଟେର୍‍ ପାଇ ପାରୁନି ପୁଲିସ !

ନବରଙ୍ଗପୁର : ଉମରକୋଟ ଥାନା ଅର୍ନ୍ତଗତ ତହରା ପଞ୍ଚାୟତର ଡଙ୍ଗରୀଭଟ୍ଟା ଗାଁର ଚର୍ଚ୍ଚିତ ତିନିଜଣ ଯୁବତୀଙ୍କର ସନ୍ଦେହଜନକ ମୃତ୍ୟୁର ତିନିଦିନ ପରେ ମଧ୍ୟ ପୁଲିସ କୌଣସି ଟେର ପାଇପାରିନି । ଏସଂପର୍କରେ ସଂପୃକ୍ତ ଯୁବତୀଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲୁନଥିବା ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି। ତେବେ ପରିବାର ଲୋକ ମୃତ୍ୟୁ କାରଣ ଜାଣିପାରୁନଥିବା କହୁଥିବାବେଳେ ଏହା ଆତ୍ମହତ୍ୟା ନା’ ହତ୍ୟା କରାଯାଇ ଗଛରେ ଝୁଲାଇ ଦିଆଯାଇଥିଲା ତାହା ସ୍ପଷ୍ଟ ହୋଇ ପାରିନି । ଏସ୍‍ପି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏକ ତଦନ୍ତ ଟିମ କରାଯାଇଥିଲେ ହେଁ ମୃତ୍ୟୁର କାରଣ ଜଣାପଡି ନଥିବାବେଳେ ତଦନ୍ତ ଜାରି ରହିଥିବା ପୁଲିସ କହୁଛି । ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା’ ହତ୍ୟା ଜଣାପଡିବ ବୋଲି କୁହାଯାଉଛି । ଯଦି ଆତ୍ମହତ୍ୟା ତାହା ହେଲେ କେଉଁ କାରଣରୁ ଆତ୍ମହତ୍ୟା କଲେ ଓ ଗୋଟିଏ ଗଛରେ କିଭଳି କଲେ ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଯଦି ହତ୍ୟା କରାଯାଇଛି , ତାହା ହେଲେ ତାର କାରଣ କ’ଣ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ଶବ ବ୍ୟବଛେଦ ରିପୋର୍ଟ ପରେ ଆତ୍ମହତ୍ୟା କିମ୍ବା ହତ୍ୟା ସ୍ପଷ୍ଟ ହେଲେ ମଧ୍ୟ ପୁଲିସକୁ ମୃତ୍ୟୁର କାରଣ ଖୋଜି ଲୋକଲୋଚନ ଆଣିବାକୁ ପଡିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

kalyan agarbati

Comments are closed.