www.samajalive.in
Saturday, December 6, 2025
15.1 C
Bhubaneswar

ବଡ ଖବର ; ବଦଳିଲା ଫାସ୍‌ ଟ୍ୟାଗ୍‌ ନିୟମ, ଏଣିକି ଥରକେ ୩ ହଜାର ..

ନୂଆଦିଲ୍ଲୀ : ଫାସ୍‌ ଟ୍ୟାଗ୍‌କୁ ନେଇ ବୁଧବାର ଏକ ବଡ ଖବର ସାମ୍ନାକୁ ଆସିଛି । ବଦଳିଛି ଫାସ୍‌ ଟ୍ୟାଗ୍‌ ନିୟମ । ଅଗଷ୍ଟ ୧୫ରୁ ବାର୍ଷିକ ଫାସ୍‌ ଟ୍ୟାଗ୍‌ ବ୍ୟବସ୍ଥା ହେବ । ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇ ପାରିବେ ସୁବିଧା । ବର୍ଷେ କିମ୍ବା ୨୦୦ ଟ୍ରିପ୍‌ ପର୍ଯ୍ୟନ୍ତ ବାର୍ଷିକ ଫାସ୍‌ ଟ୍ୟାଗ୍‌ ବ୍ୟବସ୍ଥା ଲାଗୁ ହେବ । କେବଳ ଘରୋଇ ଗାଡି ଚାଳକଙ୍କ ପାଇଁ ଏହି ନିୟମ ଲାଗୁ ହେବ । କାର୍‌, ଜିପ୍‌, ଭ୍ୟାନ୍‌ ପରି ଛୋଟ ଯାନ ପାଇଁ ପାସ୍‌ ବ୍ୟବସ୍ଥା ହେବ । ରାଜମାର୍ଗ ଯାତ୍ରା ଆପ୍‌, ଅଫିସିଆଲ ୱେବସାଇଟରେ ତଥ୍ୟ ରହିବ । ଏନେଇ ଏକ୍ସରେ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।
ଫାସ୍‌ ଟ୍ୟାଗ୍‌ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏକ ବଡ଼ ଘୋଷଣା କରିଛନ୍ତି । ମନ୍ତ୍ରୀଙ୍କ ଘୋଷଣା ବିଶେଷ ଭାବରେ ଘରୋଇ ଯାନବାହନକୁ ଲାଭ ଦେବ। ବୁଧବାର ସେ ବାର୍ଷିକ ୩୦୦୦ ଟଙ୍କାର ଫାସ୍‌ ଟ୍ୟାଗ୍‌ ଆଧାରିତ ପାସ୍ ଘୋଷଣା କରିଛନ୍ତି। ଏହି ପାସ୍ ଅଗଷ୍ଟ ୧୫ ରୁ କାର୍ଯ୍ୟକାରୀ ହେବ।

- Advertisement -

ମନ୍ତ୍ରୀ କହିଛନ୍ତି, ୩,୦୦୦ ଟଙ୍କା ମୂଲ୍ୟର ଏକ ଫାସ୍‌ ଟ୍ୟାଗ୍‌ ଆଧାରିତ ବାର୍ଷିକ ପାସ୍ ପ୍ରଚଳନ କରାଯିବ, ଯାହା ୧୫ ଅଗଷ୍ଟ, ୨୦୨୫ ରୁ କାର୍ଯ୍ୟକାରୀ ହେବ। ଏହା ସକ୍ରିୟ ହେବା ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଏହି ପାସ୍ ବିଶେଷ ଭାବରେ କାର, ଜୀପ୍ ଏବଂ ଭ୍ୟାନ ପରି ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନ ପାଇଁ ଡିଜାଇନ୍ କରାଯାଇଛି।

ଏକ୍ସରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଏକ ଐତିହାସିକ ପଦକ୍ଷେପ ଭାବରେ ୩,୦୦୦ ମୂଲ୍ୟର ଏକ ଫାସ୍‌ ଟ୍ୟାଗ୍‌ ଆଧାରିତ ବାର୍ଷିକ ପାସ୍ ୧୫ ଅଗଷ୍ଟ, ୨୦୨୫ରୁ ପ୍ରଚଳନ କରାଯାଉଛି। ଏହି ପାସ୍ ସକ୍ରିୟ ହେବା ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଯାତ୍ରା ପାଇଁ ବୈଧ ହେବ। ଏହା ସାରା ଦେଶରେ ଜାତୀୟ ରାଜପଥରେ ସୁଗମ ଯାତ୍ରାକୁ ସକ୍ଷମ କରିବ।

ଜୁଲାଇରେ ମହାସଂଯୋଗ.. ବୃହସ୍ପତି-ଶନି ପୁଣି ଚନ୍ଦ୍ରମା-ରାହୁ ଚଳନ; ଜାଣନ୍ତୁ କେଉଁ ରାଶି ହେବେ କୋଟିପତି, କାହାର ହେବ ବିବାହ, ମିଳିବ ସନ୍ତାନ ସୁଖ

ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ;ବୁଢିଆଣୀ ଜାଲରେ ଫସି ଛଟପଟ ହେଲା ସାପ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories