ଗୋପାଳପୁର: ଗୋପାଳପୁର ବେଳାଭୂମିରେ ଗତ ରବିବାର ରାତିରେ ଘଟିଥିବା ଗଣଦୁଷ୍କର୍ମ ସ୍ଥାନ ପରିଦର୍ଶନରେ ଆସି ଅଞ୍ଚଳ ବୁଲି ଦେଖିଛନ୍ତି ଗୋପାଳପୁର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପରିଦର୍ଶନ ସମୟରେ ନିଜେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା. ଶ୍ରବଣ ବିବେକ କୁମାରଙ୍କ ସହ ଗୋପାଳପୁର ଥାନା ଆଇଆଇସି ପ୍ରଶାନ୍ତ ମଲ୍ଲିକ, ବ୍ରହ୍ମପୁର ଉପଜିଲ୍ଲାପାଳ ଧିନା ଦସ୍ତାଗିର ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ମନ୍ତ୍ରୀ ଗଣଦୁଷ୍କର୍ମ ସ୍ଥାନରେ ପହଞ୍ଚି ସମସ୍ତ ତଦନ୍ତ ବ୍ୟବସ୍ଥାର ନିରୀକ୍ଷଣ କରିଥିଲେ। ଏହାସହ ବେଳାଭୂମିରେ ଆଲୋକୀକରଣ ବ୍ୟବସ୍ଥାସହ ବେଳାଭୂମିର ନବୀକରଣ କରାଯିବ ବୋଲିି କହିଛନ୍ତି ମନ୍ତ୍ରୀ। ବେଳାଭୂମିରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ବିଭୂତି ଜେନା।
Popular Categories



