www.samajalive.in
Saturday, December 6, 2025
23.1 C
Bhubaneswar

ମଝି ଆକାଶରୁ ଫେରିଆସିଲା ଏୟାର ଇଣ୍ଡିଆ ବିମାନ, ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ନିଷ୍ପତ୍ତି

ନୂଆଦିଲ୍ଲୀ: ପୂର୍ବ ଇଣ୍ଡୋନେସିଆରେ ଏକ ଶକ୍ତିଶାଳୀ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁଁଁ ବୁଧବାର ବାଲି ଯିବାକୁ ଥିବା ଏୟାର ଇଣ୍ଡିଆର ଏକ ବିମାନ ସମେତ ଅନେକ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ କରାଯାଇଛି। ଅନେକ ବିମାନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି, ଫଳରେ ଯାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି।

ସୂଚନା ଅନୁସାରେ, ପୂର୍ବ ନୁସା ତେଙ୍ଗାରା ପ୍ରଦେଶରେ ଅବସ୍ଥିତ ଇଣ୍ଡୋନେସିଆର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ମଧ୍ୟରୁ ଗୋଟିଏ ମାଉଣ୍ଟ ଲେୱୋଟୋବି ଲାକି ଲାକିରେ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଗୀରଣ ହୋଇଥିଲା। ଏହାଦ୍ଵାରା ପାଉଁଶ ଓ ଧୂଆଁର ଏକ ବିରାଟ ସ୍ତର ଆକାଶରେ ୧୦,୦୦୦ ମିଟର(୩୨,୮୦୦ ଫୁଟ)ରୁ ଅଧିକ ଉପରକୁ ଉଠିଥିଲା। ଏହା ପ୍ରାୟ ୧୫୦ କିମି ଦୂରରୁ ଦେଖାଯାଉଥିଲା। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବାଲିର ନଗୁରାହ ରାୟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ ଏୟାରଲାଇନ୍ସ ବିମାନ ସେବା ବନ୍ଦ କରି ଦେଇଛନ୍ତି। ଭର୍ଜିନ୍ ଅଷ୍ଟ୍ରେଲିଆ, ଜେଟ୍‌ଷ୍ଟାର, ଏୟାର ନ୍ୟୁଜିଲାଣ୍ଡ, ସିଙ୍ଗାପୁରର ଟାଇଗରଏୟାର, ଚୀନର ଜୁନେୟାଓ ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆ ସମେତ ଅନେକ ଏୟାରଲାଇନ୍ସ ସେମାନଙ୍କର ଉଡ଼ାଣ ବାତିଲ କିମ୍ବା ଗତିପଥ ପରିବର୍ତ୍ତନ କରିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories