www.samajalive.in
Saturday, December 6, 2025
14.1 C
Bhubaneswar

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ଗତକାଲି କାଶିପୁର ବ୍ଲକର ମାଣ୍ଡିବିଶି ପଞ୍ଚାୟତର ଭିତରସରା ଗ୍ରାମର ରାମ ମାଝୀ (୫୦) ପ୍ରାୟ ଦୁଇ କିମି ଦୂରତା ବର୍ତ୍ତିବାଲି ଗ୍ରାମକୁ ଯାଇ ସନ୍ଧ୍ୟାରେ ନିଜ ଘରକୁ ଫେରୁଥିବା ବେଳେ ପଛ ପାର୍ଶ୍ୱରୁ ଗୋଡ଼ିବାଲି ପଞ୍ଚାୟତର କଞ୍ଜାମଯୋଡି ଗ୍ରାମର ତ୍ରିନାଥ ନାୟକ(୩୫) ଏକ ବାଇକରେ ଆସି ଧକ୍କା ଦେଇଥିଲେ। ଉଭୟ ଘଟଣାସ୍ଥଳରେ ପଡି ଛଟପଟ ହେଉଥିବା କିଛି ଲୋକ ଦେଖି ଉଭୟ ଗ୍ରାମର ପରିବାରକୁ ଯୋଗାଯୋଗ କରିଥିଲେ। ଭିତରସରା ଗ୍ରାମର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଏକ ଗାଡ଼ିରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ବେଳେ ରାମ ମାଝୀଙ୍କ ମୃତ୍ୟୁ ହୋଇଥିଲା। ସ୍ୱାସ୍ଥ୍ୟ କେନ୍ଦ୍ରରେ ରାମ ମାଝୀଙ୍କୁ ମୃତ ଘୋଷଣା କରିଥିବା ବେଳେ ବାଇକ ଆରୋହୀ ତ୍ରିନାଥ ନାୟକଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିବା ଡାକ୍ତର କହିଛନ୍ତି। ଉକ୍ତ ଖବର କାଶୀପୁର ଥାନା ଏସଆଇ ସଦାନନ୍ଦ ପ୍ରଧାନ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି।

ଦେଖନ୍ତୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ;ବୁଢିଆଣୀ ଜାଲରେ ଫସି ଛଟପଟ ହେଲା ସାପ

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories