www.samajalive.in
Saturday, December 13, 2025
26.1 C
Bhubaneswar

ଲୋକପ୍ରିୟ ଅଭିନେତା ନୀତେଶ ପାଣ୍ଡେଙ୍କ ପରଲୋକ

ମୁମ୍ବଇ : ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ନୀତେଶ ପାଣ୍ଡେ। ୫୦ ବର୍ଷ ବୟସରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ‘ଓମ୍‌‌ ଶାନ୍ତି ଓମ୍‌‌’, ‘ଅନୁପମା’ ଭଳି ଅନେକ ଚଳଚ୍ଚିତ୍ର ଓ ସିରିୟଲରେ ସେ ଅଭିନୟ କରିଛନ୍ତି। ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଖବର ଶୁଣି ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ଏକ ହୋଟେଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ନାସିକ ନିକଟ ଇଗତପୁରୀରେ ସୁଟିଙ୍ଗ୍‌‌ ପାଇଁ ସେ ଆସିଥିଲେ ବୋଲି ଖବର ମିଳିଛି। ଟେଲିଭିଜନ ଓ ଚଳଚ୍ଚିତ୍ର ଜଗତରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସେ ବେଶ ପ୍ରଶଂସା ସାଉଁଟିଛନ୍ତି।
ନିକଟରେ ସେ ଚର୍ଚ୍ଚିତ ଶୋ ‘ଅନୁପମା’ରେ ରୁପାଲି ଗାଙ୍ଗୁଲିଙ୍କ ବନ୍ଧୁ ଭୂମିକାରେ ଅଭିନୟ କରୁଥିଲେ।
ଅଭିନେତା ନୀତେଶ ପାଣ୍ଡେ ବଲିଉଡରେ ମଧ୍ୟ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି। ୧୭ ଜାନୁଆରୀ ୧୯୭୩ ରେ ଜନ୍ମ ହୋଇଥିବା ନୀତେଶ ଟିଭି ଜଗତରେ ବେଶ ପରିଚିତ ଚେହେରା। ଅଭିନେତା ଫିଲ୍ମ ‘ଓମ୍ ଶାନ୍ତି ଓମ୍’ରେ ବଲିଉଡର କିଙ୍ଗ ଖାନଙ୍କ ସହ କାମ କରିଛନ୍ତି। ଅନୁପମା ଶୋ’ରେ ନୀତେଶଙ୍କ ଚରିତ୍ରକୁ ମଧ୍ୟ ଦର୍ଶକମାନେ ପ୍ରଶଂସା କରିଥିଲେ।

Hot this week

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

Related Articles

Popular Categories