www.samajalive.in
Saturday, December 13, 2025
26.1 C
Bhubaneswar

ଆଇପିଏଲ୍ – ୧୦ମ ଥର ଫାଇନାଲ ଖେଳିବ ଚେନ୍ନଇ

ଚେନ୍ନଇ: ସର୍ବାଧିକ ୧୦ମ ଥର ଆଇପିଏଲ୍ ଫାଇନାଲ ଖେଳିବାକୁ ଯାଉଛି ଚେନ୍ନଇ ସୁପର କିଙ୍ଗ୍‌ସ। ମଙ୍ଗଳବାର ଚଳିତ ସଂସ୍କରଣର କ୍ବାଲିଫାୟର-୧ ମୁକାବିଲାରେ ଗତବର୍ଷର ଚମ୍ପିଆନ ଗୁଜରାଟ ଟାଇଟାନ୍‌ସକୁ ୧୫ ରନ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ପରାସ୍ତ କରିଛି। ଋତୁରାଜ ଗାଏକ୍‌ୱାଡ୍‌ଙ୍କ ୬୦ ଓ ଡେଭନ୍ କନ୍‌ୱେଙ୍କ ୪୦ ରନ୍‌ ବଳରେ ପ୍ରଥମେ ବ୍ୟାଟିଂକରି ଚେନ୍ନଇ ୭ ୱିକେଟରେ ୧୭୨ ରନ୍‌ କରିଥିଲା। ପରେ ଚେନ୍ନଇର ସମସ୍ତ ବୋଲର ଚମତ୍କାର ପ୍ରଦର୍ଶନ କରିବାରୁ ଗୁଜରାଟ ୧୫୭ ରନ୍‌କରି ସମସ୍ତ ୱିକେଟ ହରାଇଥିଲା। ଏମ୍‌ଏ ଚିଦମ୍ବରମ୍ ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଭରପୂର ସମର୍ଥନ ପାଇ ୪ ଥର ଚମ୍ପିଆନ୍ ଚେନ୍ନଇ ସମସ୍ତ ବିଭାଗରେ ଚମତ୍କାର ପ୍ରଦର୍ଶନ କରିଥିଲା। ଗୁଜରାଟ ପରାସ୍ତ ହୋଇଥିଲେ ହେଁ ଫାଇନାଲରେ ପହଞ୍ଚିବା ପାଇଁ ଏହାର ପାଖରେ ୨ୟ ସୁଯୋଗ ରହିଛି। ବୁଧବାର ମୁମ୍ବଇ ଇଣ୍ଡିଆନ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯିବାକୁ ଥିବା ଏଲିମିନେଟର ମ୍ୟାଚ୍‌ର ବିଜେତା ବିପକ୍ଷରେ ଗୁଜରାଟ ଟାଇଟାନ୍‌ସ ଶୁକ୍ରବାର ୨ୟ କ୍ବାଲିଫାୟର ଖେଳିବ। ଏହାର ବିଜେତା ଦଳ ବିପକ୍ଷରେ ରବିବାର ଅହମ୍ମଦାବାଦରେ ଚେନ୍ନଇ ଫାଇନାଲ ମ୍ୟାଚ୍‌ ଖେଳିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories