www.samajalive.in
Tuesday, December 9, 2025
15.1 C
Bhubaneswar

ଏନ୍‌ଆଇଟି ଛାତ୍ରଛାତ୍ରୀଙ୍କ ପକ୍ଷରୁ ପଟ୍ଟଚିତ୍ର ଆଧାରିତ ୱେବିନାର

ରାଉରକେଲା: ପଟ୍ଟଚିତ୍ରର ଉତ୍କର୍ଷ କାହାଣୀକୁ ଲୋକଲୋଚନକୁ ଆଣିବାର ଏକ କ୍ଷୁଦ୍ର ପ୍ରୟାସ କରିଛନ୍ତି ଛାତ୍ରଛାତ୍ରୀ। ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ଏନ୍‌ଆଇଟି)ର ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟର ଅଧିନସ୍ଥ ଓଡ଼ିଆ ସାହିତ୍ୟ ସମାଜ ଏବଂ ଆକୃତି କ୍ଲବ ପକ୍ଷରୁ ଏକ ୱେବିନାର ଆୟୋଜିତ ହୋଇଯାଇଛି। ଏହି ୱେବିନାର ବିଶିଷ୍ଟ କଳାକାର ତଥା ଲଳିତ କଳା ଏକାଡେମୀ ପୁରସ୍କାର ବିଜେତା ବିଜୟ କୁମାର ନାୟକଙ୍କ ଦ୍ବାରା କରାଯାଇଥିଲା। ଷ୍ଟୁଡେଣ୍ଟ ଆକ୍ଟିଭିଟି ସେଣ୍ଟରର ସଭାପତି ପ୍ରଫେସର୍ ସୀମିତା ମହାନ୍ତି, ଉପସଭାପତି ପ୍ରଫେସର୍ ଉପେନ୍ଦ୍ର ଗୁଣ୍ଡାଲା ଏବଂ ଓଡ଼ିଆ ସାହିତ୍ୟ ସମାଜର ଉପଦେଷ୍ଟା ପ୍ରଫେସର୍ ରାମକୃଷ୍ଣ ବିଶ୍ୱାଳ ଏହି କାର୍ୟ୍ୟକ୍ରମ ଆୟୋଜନ ପାଇଁ ବହୁତ ସାହାଯ୍ୟ କରିବା ସହିତ ଉତ୍ସାହିତ କରିଥିଲେ। ଏଥିରେ ‘ଲିଟେରାରୀ ସୋସାଇଟି’ର ଓଡ଼ିଆ ସାହିତ୍ୟ ସମାଜ ଓ ‘ଫିଲ୍ମ ଏବଂ ମ୍ୟୁଜିକ ସୋସାଇଟି’ର ଆକୃତି କ୍ଲବ ପକ୍ଷରୁ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ତାହାଛଡ଼ା ଓଡ଼ିଶା ତଥା ଭାରତର କୋଣ ଅନୁକୋଣରୁ ଅନେକ ଶିକ୍ଷା ଅନୁଷ୍ଠାନ ଯଥା:-ଏନଆଇଏଫଟି ଭୁବନେଶ୍ୱର, ଏନଆଇଏଫଟି ହାଇଦରାବାଦ, ଡିପିଏସ ନାଲକୋନଗର, ଜୱାହର ନବୋଦୟ ବିଦ୍ୟାଳୟ ଫୁଲବାଣୀ, ଆଇଆଇଟି, ବିଏଚୟୁ, ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ସ୍କୁଲ ଆଦିରୁ ମଧ୍ୟ ୩୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ୱେବିନାରଟି ୟୁଟ୍ୟୁବରେ ଓଡ଼ିଆ ସହିତ୍ୟ ସମାଜର ଚ୍ୟାନେଲରେ ପ୍ରସାରିତ ହୋଇଥିଲା। ଓଡ଼ିଆ ସାହିତ୍ୟ ସମାଜର କ୍ଲବ ସଭାପତି ପି.ପ୍ରିତେଶ କୁମାର ପାତ୍ର ପ୍ରଥମେ ଶ୍ରୀ ନାୟକଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଦର୍ଶକଙ୍କ ସହିତ ପରିଚିତ କରାଇଥିଲେ। ଏହା ପରେ ଶ୍ରୀ ନାୟକ ଓଡ଼ିଶାର ପଟ୍ଟଚିତ୍ରର ଇତିହାସ ଏବଂ ଏହାର ପ୍ରାରମ୍ଭିକ ଭିତ୍ତିଭୂମି ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ସେ ପଟ୍ଟଚିତ୍ର ପାଇଁ ବ୍ୟବହୃତ କାନ୍‌ଭାସ୍ କିପରି ସୂତା କପଡ଼ାରୁ ବିଭିନ୍ନ ଅଠା ଆଉ ଅନ୍ୟାନ୍ୟ ପଦାର୍ଥ ବ୍ୟବହାରରେ ପ୍ରସ୍ତୁତ ହୋଇଥାଏ ସେ ସମ୍ପର୍କରେ ଧାରଣା ଦେଇଥିଲେ। ପଟ୍ଟଚିତ୍ର ପାଇଁ ବ୍ୟବହୃତ ବିଭିନ୍ନ ରଙ୍ଗର ପ୍ରସ୍ତୁତି ଓ ବିଶେଷତ୍ବ ବିଷୟରେ ମଧ୍ୟ ଅବଗତ କରାଇଲେ। ନିଜର ମୂଲ୍ୟବାନ ସମୟ ଦେଇ ଶ୍ରୀ ନାୟକ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ହଜି ଯାଉଥିବା ପଟ୍ଟଚିତ୍ରର ଗାରିମା ସମ୍ପର୍କରେ ବାର୍ତ୍ତା ରଖି ସେମାନଙ୍କୁ ଉତ୍ସାହିତ କଲେ।କଳା ଉପରେ ରୁଚି ରଖୁଥିବା ଛାତ୍ରଛାତ୍ରୀ ଉପକୃତ ହୋଇ ଶ୍ରୀ ନାୟକଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ। ପରିଶେଷରେ ଆକୃତି କ୍ଲବର ସଭାପତି ଶ୍ରୀଲିପ୍ତା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଓଡ଼ିଶାର କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବାର ଏହି କ୍ଷୁଦ୍ର ପ୍ରୟାସ ପାଇଁ ଓଡ଼ିଆ ସାହିତ୍ୟ ସମାଜକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା ମିଳିଛି। ଆଗ୍ରହୀ ବ୍ୟକ୍ତି ଏହି ୱେବିନାର ଟି କୁ ଓଡ଼ିଆ ସାହିତ୍ୟ ସମାଜ, ଏନ.ଆଇ.ଟି ରାଉରକେଲା ର ୟୁଟ୍ୟୁବ ଚ୍ୟାନେଲରେ ଦେଖି ପାରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories