www.samajalive.in
Saturday, December 6, 2025
15.1 C
Bhubaneswar

ଆରବ ସାଗର କୋଳରେ ଶିବ ମନ୍ଦିର : ଯେଉଁଠି ପାଣ୍ଡବଙ୍କୁ ମିଳିଥିଲା ପାପରୁ ମୁକ୍ତି

ଭାରତୀୟ ସଂସ୍କୃତି ରହସ୍ୟରେ ଭରା। ଏଠାରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ଓ ଦୃଶ୍ୟ ଦେଖିବାକୁ ମିଳିଥାଏ। ଏଠାକାର ସମସ୍ତ ମନ୍ଦିରର ଇତିହାସ ଗୋଟିଏ ଗୋଟିଏ କାହାଣୀ ସୃଷ୍ଟି କରିଥାଏ। ଏହି ପରିପ୍ରେକ୍ଷୀରେ ଆଜି ଆମେ ଏପରି ଏକ ଶିବ ମନ୍ଦିର ବିଷୟରେ ଜାଣିବା ଯାହାକି ଆରବ ସାଗର କୋଳରେ ଉପସ୍ଥିତ।
ଗୁଜୁରାଟର ଭାବନଗର ଠାରେ ନିଷ୍କଳଙ୍କ ମହାଦେବଙ୍କ ମନ୍ଦିର ରହିଛି। ଏହି ମନ୍ଦିର ଭାବନଗରର କୋଲିୟାକ୍‍ ତଟ ଠାରୁ ତିନି କିଲୋମିଟର ଭିତରକୁ ଯିବା ପରେ ମନ୍ଦିର ଦୃଶ୍ୟମାନ ହୋଇଥାଏ। ଏଠାରେ ଆରବ ସାଗରର ବିଶାଳ ଲହଡ଼ିମାନ ଶିବଲିଙ୍ଗଙ୍କୁ ଜଳାଭିଷେକ କରିଥାଆନ୍ତି। ଦର୍ଶନାର୍ଥୀମାନଙ୍କୁ ପାଦରେ ଚାଲି ଯିବାକୁ ପଡ଼ିଥାଏ। ସମୁଦ୍ରରେ ମହାଦେବଙ୍କର ଏହି ମନ୍ଦିରକୁ ଦେଖି ଆପଣ ଚକିତ ହୋଇଯିବେ।

- Advertisement -

ବଡ଼ ବଡ଼ ଜୁଆର ଆସିବା ସମୟରେ କେବଳ ମନ୍ଦିରର ପତାକା ଦେଖାଯାଇ ଥାଏ। ପାଣି କମି କମି ଯିବା ସହ ମନ୍ଦିରର ଆକୃତି ସ୍ପଷ୍ଟ ହୋଇ ହୋଇ ଆସିଥାଏ। ଏପରି ଅନୁଭବ ହୁଏ ଯେପରି ମହାଦେବ ସମୁଦ୍ରର କମ୍ବଳ ଘୋଡ଼ାଇ ହୋଇ ତପସ୍ୟା କରୁଛନ୍ତି। ଦର୍ଶନ କରିବା ପାଇଁ ଦର୍ଶନାର୍ଥୀମାନଙ୍କୁ ଲହଡ଼ି କମି ପାଣି ଓହ୍ଲାଇବା ଯାଏ ଅପେକ୍ଷା କରିବାକୁ ପଡ଼ିଥାଏ।

ଏହି ମନ୍ଦିରରେ ପାଞ୍ଚଟି ଶିବଲିଙ୍ଗ ରହିଛି। ପ୍ରତ୍ୟେକ ଶିବଲିଙ୍ଗ ସମ୍ମୁଖରେ ନନ୍ଦୀଙ୍କ ପ୍ରତୀମା ରହିଛି। ଏକ ବର୍ଗାକାର ଚାନ୍ଦିନୀର ପ୍ରତ୍ୟେକ କୋଣରେ ଗୋଟିଏ ଗୋଟିଏ ଶିବଲିଙ୍ଗ ସ୍ଥାପିତ ହୋଇଛି। ଏହି ଚାନ୍ଦିନୀରେ ଗୋଟିଏ ଛୋଟ ପୁଷ୍କରିଣୀ ରହିଛି, ଯାହାକୁ ପାଣ୍ଡବ ପୁଷ୍କରିଣୀ କୁହାଯାଏ। ଶିବଲିଙ୍ଗର ପୂଜାର୍ଚ୍ଚନା କରିବା ପୂର୍ବରୁ ଶ୍ରଦ୍ଧାଳୁ ଏହି ପୁଷ୍କରିଣୀରେ ହାତ ମୁହଁ ଧୋଇଥାଆନ୍ତି।

ଏହି ମନ୍ଦିରର ଇତିହାସ ମହାଭାରତ କାଳ ସହ ଯୋଡ଼ି ହୋଇଛି। କୁହାଯାଏ ଯେ, ମହାଭାରତ ଯୁଦ୍ଧ ସରିବା ପରେ ପାଣ୍ଡବମାନେ ବହୁତ ଦୁଃଖୀ ଥିଲେ। ନିଜ ସମ୍ପର୍କୀୟମାନଙ୍କ ହତ୍ୟା କରିବା ପରେ ତାଙ୍କୁ ଅପରାଧୀ ବୋଧ ହେଉଥିଲା। ଅପରାଧବୋଧରୁ ମୁକ୍ତି ପାଇବା ପାଇଁ ଏହି ତଟରେ ପାଣ୍ଡବମାନେ ତପସ୍ୟା କରିଥିଲେ। ସେମାନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ପ୍ରକଟ ହୋଇଥିଲେ ଓ ପଞ୍ଚୁ ପାଣ୍ଡବଙ୍କୁ ଲିଙ୍ଗ ରୂପେ ଦର୍ଶନ ଦେଇଥିଲେ। କୁହାଯାଏ ଯେ ସେହିଦିନ ଠାରୁ ସେଠାରେ ପାଞ୍ଚ ଶିବଲିଙ୍ଗ ସ୍ଥାପିତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories