ନେମାଳ: କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳରେ ପୁଲିସ ୫ ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଆଇ.ଜି ଓ କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଏସପିଙ୍କ ନେତୃତ୍ବରେ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇ ନ ଥିବା ଜଣାପଡିଛି। ଏହାର ପ୍ରଭାବରେ ନେମାଳର ଅନେକ ସ୍କୁଲ ବନ୍ଦ ରହିଛି। ନରେନ୍ଦ୍ରପୁର ବଜାର, ରାଧା ବଜାର, ସେକସନ ବଜାର, ଟିକିବର, ଗଡିଜଙ୍ଗ ,ବିଲହାଟ, ତେଣ୍ଡାଗୁଡାରେ ପୋଡାଜଳା ହୋଇଥିବାର ଜଣା ପଡିଛି। ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି।
Popular Categories



