www.samajalive.in
Monday, December 15, 2025
16.1 C
Bhubaneswar

ନିୟନ୍ତ୍ରଣ ବାହାରେ ନିଶା ନିବାରଣ କେନ୍ଦ୍ର

ଭୁବନେଶ୍ବର: କଟକ ସଦର ଥାନା ଅନ୍ତର୍ଗତ ଉତ୍ତମାପୁରରେ ଥିବା ‘ସମ୍ପର୍କ ନିଶା ନିବାରଣ କେନ୍ଦ୍ର’ରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଥିବା ନିଶା ନିବାରଣ କେନ୍ଦ୍ର ଗୁଡିକର ବେପରୁଆ ମନୋଭାବ ସମ୍ପର୍କରେ ଗୋଟିଏ ପରେ ଗୋଟିଏ ତଥ୍ୟ ବାହାରକୁ ଆସିବାରେ ଲାଗିଛି। କିଛି ଅନ୍ତେବାସୀ କେନ୍ଦ୍ରରୁ ଖସିଯିବାକୁ ବସିଥିବା ବେଳେ ଜଣେ ଅନ୍ତୋବାସୀ ପାଟି କରିବାରୁ ତାକୁ ମାଡ଼ିବସି ତଣ୍ଟି ଚିପି ମାରିଦେଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ନିଶା ନିବାରଣ କେନ୍ଦ୍ରର ସ୍ଥିତି ସମ୍ପର୍କରେ ଓଡ଼ିଶା ଉଚ୍ଚନ୍ୟାୟାଳୟ ୨୦୨୧ରେ ତଦନ୍ତ ନିର୍ଦେଶ ଦେଇଥିଲେ। ନିୟମ ଅନୁସାରେ ୧୫ ଜଣ ଅନ୍ତେବାସୀ ରହୁଥିବା କେନ୍ଦ୍ରରେ ୨ରୁ ୩ଟି ଶୌଚାଳୟ ବ୍ୟବସ୍ଥା, ନିଶା ସେବନକାରୀ ଖଟ ଉପରେ ଶୋଇବା, କେନ୍ଦ୍ର ପରିସର ସଫାସୁତୁରା ରଖିବା, ଅନ୍ତେବାସୀଙ୍କ ପାଇଁ ଖାଦ୍ୟ ତାଲିକା, ଠିକ୍ ସମୟରେ ଚିକିତ୍ସା ସହ ନିୟମିତ ଭାବେ ଔଷଧ ଦେବା, ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ। ଏଥିସହ ୨୪ ଘଣ୍ଟିଆ ସୁରକ୍ଷାକର୍ମୀ ନିୟୋଜିତ ରହିବେ, ତାଲିମପ୍ରାପ୍ତ କର୍ମଚାରୀଙ୍କୁ ନିୟୋଜିତ କରାଯିବ- ନିଶା ନିବାରଣ କେନ୍ଦ୍ର ପାଇଁ ଏଭଳି ମାର୍ଗଦର୍ଶିକା (ଏସ୍‌ଓପି) ରହିଛି। ହେଲେ ସବୁ କିଛି ନିୟମ ଫାଇଲ ଭିତରେ ସୀମିତ। ସେମାନଙ୍କ ଉପରେ କାହାର ନିୟନ୍ତ୍ରଣ ନାହିଁ।

- Advertisement -

ତେବେ ଆଇନକୁ ଭ୍ରୂକ୍ଷେପ ନ କରି ଯିଏ ଯେଉଁଠି ପାରୁଛି, ନିଶା ନିବାରଣ କେନ୍ଦ୍ର ଖୋଲି ଦେଉଛି। ସେମାନଙ୍କ ସମ୍ପର୍କରେ ପୁଲିସ କିମ୍ବା ଜିଲା ‌ପ୍ରଶାସନ ପାଖରେ ଖବର ରହୁନି। ‌ଅଘଟଣ ଘଟିଲେ ପୁଲିସ ଜାଣିବାକୁ ପାଉଛି। ନିଶାଡ଼ିଙ୍କୁ ସୁଧାରିବା ବାହାନାରେ କେତେକ କେନ୍ଦ୍ରରେ ଅପରାଧୀ ଡେରା ପକାଇବା ଅଭିଯୋଗ ହେଉଛି। ନିଶା ନିବାରଣ କେନ୍ଦ୍ର ଖୋଲିବା ପାଇଁ କାହାରି ଅନୁମତି ଲୋଡ଼ା ପଡ଼ୁନି। କେନ୍ଦ୍ର ଖୋଲି ଦୁଇ ବର୍ଷ ସଫଳତାର ସହ ଚଳା‌ଇବା ପରେ ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ଜରିଆରେ କେନ୍ଦ୍ରୀୟ ଅନୁଦାନ ପାଇବା ପାଇଁ ଯୋଗ୍ୟ ହୋଇପାରୁଛନ୍ତି। ଏ ବାବଦରେ କେନ୍ଦ୍ରର ମାଲିକ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥ ପାଉଛନ୍ତି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories