କେରଳ: ଆଜି କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆରତୀ ପାଇଁ ପଠାଣମଥିଟ୍ଟା ଯିବାର କାର୍ଯ୍ୟକ୍ରମ ଥବଲା । ଏଥିପାଇଁ ରାଷ୍ଟ୍ରପତିଙ୍କ ହେଲିକପ୍ଟର ପଠାଣମଥିଟ୍ଟାର ପ୍ରମାଦମ୍ ଷ୍ଟାଡିୟମର ହେଲିପ୍ୟାଡରେ ଅବତରଣ କରିବା ବେଳେ ଅଘଟଣ ଘଟିଥିଲା । ଅବତରଣ ସମୟରେ ହେଲିପ୍ୟାଡର ଏକ ଅଂଶ ଖସିପଡିଲା । -କଂକ୍ରିଟ୍ ଭିତରୁ ଚପର୍କୁ ବାହାର କରିଥିଲେ ପୁଲିସ ଓ ଅଗ୍ନିଶମ ଟିମ୍ରାଷ୍ଟ୍ରପତି ଭାରତୀୟ ବାୟୁସେନାର ହେଲିପକ୍ଟରରେ ଯାତ୍ରା କରୁଥିଲେ । ଏହି ଘଟଣା ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । କେଉଁ ପରିସ୍ଥିତିରେ ଓ କାହିଁକି ଏଭଳି ଘଟଣା ଘଟିଲା ତାହାର ତଦନ୍ତ କରାଯିବ ।
#WATCH | Kerala: A portion of the helipad tarmac sank in after a chopper carrying President Droupdi Murmu landed at Pramadam Stadium. Police and fire department personnel deployed at the spot physically pushed the helicopter out of the sunken spot. pic.twitter.com/QDmf28PqIb
— ANI (@ANI) October 22, 2025



