www.samajalive.in
Saturday, December 6, 2025
14.1 C
Bhubaneswar

ନୂଆପଡ଼ା ଉପ-ନିର୍ବାଚନ ପାଇଁ ବିଜେଡିର କସରତ

ଭୁବନେଶ୍ବର: ନୂଆପଡ଼ା ଉପ-ନିର୍ବଚାନ ପାଇଁ ନାମାଙ୍କନ ସରିଥିବାବେଳେ ତିନି ପ୍ରମୁଖ ଦଳ ମଧ୍ୟରେ କସରତ ଆରମ୍ଭ ହୋଇଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଦଖଲରେ ଥିବା ଏହି ଆସନ ପୁନର୍ବାର ଦଳ ଖାତାକୁ କିଭଳି ଫେରିବ ତାକୁ ନେଇ ଦଳ ପକ୍ଷରୁ ରଣନୀତି କରାଯାଇଛି।  ବିଜେଡିର ୫୨ ତୁଙ୍ଗ ନେତାଙ୍କୁ ୨ଟି ବ୍ଲକ ଏବଂ ୨ଟି ଏନ୍‌ଏସସି  ଦାୟିତ୍ବ କିଛିଦିନ ପୂର୍ବେ ଦେଇଥିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ।

ବିଜେଡିର ଦାୟିତ୍ବ ପାଇଥିବା ନେତାଙ୍କ ମଧ୍ୟରୁ ଅଧିକାଂଶଙ୍କୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସିଧାସଳଖ ଭାବେ ଫୋନ୍‌ କରିଥିଲେ। ସେଠାରେ କିଭଳି ଦଳର ପ୍ରାର୍ଥୀ ବିଜୟୀ ହେବେ ସେନେଇ କାମ କରିବାକୁ ନେତାଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ କିଛି ନେତାଙ୍କୁ ଦଳର ବରିଷ୍ଠ ନେତା ଫୋନ୍‌ କରିଥିଲେ। ଦୀର୍ଘଦିନ ହେଲାଣି ବିଜେଡି ଦଖଲରେ ଥିବା ଏହି ଆସନ ରକ୍ଷା କରିବାକୁ ବିଜେଡି ଆପ୍ରାଣେ ଉଦ୍ୟମ କରିବା ଆରମ୍ଭ କରିଛି।  ପୂର୍ବରୁ ବିଜେଡି ପକ୍ଷରୁ ଉପ-ନିର୍ବାଚନ ପରିଚାଳନାକୁ ନେଇ ଗଠନ ହୋଇଥିବା କମିଟିରେ ବହୁ ବରିଷ୍ଠ ଓ ଉପକୂଳ ନେତା ବାଦ୍‌ ପଡ଼ିଥିଲେ। ସେତେବେଳେ ପ୍ରାୟ ବହୁ ବରିଷ୍ଠ ନେତାଙ୍କୁ ସୁଯୋଗ ମିଳି ନଥିଲା। ମାତ୍ର ନିକଟରେ ୨ଟି ବ୍ଲକ ଏବଂ ୨ଟି ଏନ୍‌ଏସିରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ପଶ୍ଚିମ ଓଡ଼ିଶା ସହ ଉପ-କୂଳିଆ ନେତାଙ୍କୁ ସୁଯୋଗ ମିଳିଛି। ଏବେ ଏହି ନେତାଙ୍କୁ ପଞ୍ଚାୟତ ଏବଂ ଏନ୍‌ଏସି ଅଞ୍ଚଳରେ ୱାର୍ଡ ଆବଣ୍ଟନ କରାଯାଇଛି। ଆବଣ୍ଟନ ହୋଇଥିବା ଅଞ୍ଚଳରେ କିଭଳି ଦଳର ଫଳ ଭଲ ହେବ ସେନେଇ କାମ କରିବାରେ ଲାଗି ଗଲେଣି ଦାୟିତ୍ବ ପାଇଥିବା ନେତା।

- Advertisement -

ନିୟମିତ ଭାବେ ସାଙ୍ଗଠନିକ ଅଗ୍ରଗତି ସମୀକ୍ଷା ଦଳୀୟ ମହଲରେ କରାଯାଉଛି। ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତିଛବି ଦଳ ବ୍ୟବହାର କରୁଥିବାବେଳେ ନିର୍ବାଚନରେ ବିଜୟୀ ହେବାକୁ ଉଦ୍ୟମ କରୁଛି।  ବିଜେଡିର ରାଜ୍ୟସ୍ତରୀୟ ନେତା ସାମାଜିକ ଗଣମାଧ୍ୟମରେ ଦଳର କିଭଳି ପ୍ରଚାର ହେବ ସେନେଇ ପ୍ରଚେଷ୍ଟା କରୁଛନ୍ତି। ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ ନିଜେ ନିର୍ବାଚନ ପରିଚାଳନା କଥା ବୁଝିବା ସହ ଦଳର ପ୍ରାର୍ଥିନୀ କିଭଳି ବିଜୟୀ ହେବେ ସେନେଇ ପ୍ରଚେଷ୍ଟା ଚଳାଇଛନ୍ତି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories