BJD Bijuli 480×75 Mob

ପ୍ରକାଶ ପାଇଲା ଏନ୍‌ଆଇଆରଏଫ୍‌ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା; ଓଡ଼ିଶା ନିରାଶ

BJD Bijuli 480×75 Mob
0

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଏନ୍‌ଆଇଆରଏଫ୍‌ ପକ୍ଷରୁ ମଙ୍ଗଳବାର ଭାରତର ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକ ପ୍ରକାଶ ପାଇଛି । ସମସ୍ତ ଶିକ୍ଷାନୁଷ୍ଠାନକୁ ୯ଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ଓଭରଓଲ (ସମସ୍ତ ଶ୍ରେଣୀର), ବିଶ୍ୱବିଦ୍ୟାଳୟ, ଇଂଜିନିୟରିଂ, ମହାବିଦ୍ୟାଳୟ, ମ୍ୟାନେଜମେଣ୍ଟ, ଫାର୍ମାସି, ମେଡିକାଲ, ଆର୍କିଟେକ୍‌ଚର, ଆଇନ (ଲ’) ଶ୍ରେଣୀର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ଓଭରଅଲ (ସମସ୍ତ) ଓ ବିଶ୍ୱବିଦ୍ୟାଳୟ ତାଲିକାର ପ୍ରଥମ ସ୍ଥାନରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସ ରହିଛି । ଓଭରଅଲ (ସମସ୍ତ) ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୩ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଭୁବନେଶ୍ୱର ଶିକ୍ଷା ଓ ଅନୁସନ୍ଧାନ ୩୮ତମ ସ୍ଥାନରେ ଥିବାବେଳେ ଆଇଆଇଟି ଭୁବନେଶ୍ୱର ୫୧ ଓ କିଟ୍‌ ୬୫ ନମ୍ବର ସ୍ଥାନରେ ରହିଛନ୍ତି । ସେହିପରି ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ୩ଟି ଶକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ୨୪ ନମ୍ବର ସ୍ଥାନରେ ଥିବାବେଳେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ୪୨ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ୯୧ ନମ୍ବର ସ୍ଥାନରେ ରହିଛନ୍ତି । ଶ୍ରେଷ୍ଠ ଇଂଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାର ପ୍ରଥମ ସ୍ଥାନରେ ଆଇଆଇଟି ମାଦ୍ରାସ ରହିଥିବାବେଳେ ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଓଡ଼ିଶାର ନିଟ ରାଉରକେଲା ୧୫ ନମ୍ବର ସ୍ଥାନରେ ଥିବାବେଳେ ଆଇଆଇଟି ଭୁବନେଶ୍ୱର ୧୮, କିଟ୍‌ ଭୁବନେଶ୍ୱର ୫୧, ସିଭି ରମଣ କଲେଜ ଅଫ ଇଂଜିନିୟରିଂ ଭୁବନେଶ୍ୱର ୮୯ ନମ୍ବର ସ୍ଥାନରେ ରହିଛନ୍ତି । ଭାରତର ଶ୍ରେଷ୍ଠ ୧୦୦ ମହାବିଦ୍ୟାଳୟ ତାଲିକାରେ ଓଡ଼ିଶାର କୌଣସି କଲେଜ ସ୍ଥାନ ପାଇନାହାନ୍ତି । ଏହି ତାଲିକାର ପ୍ରଥମ ସ୍ଥାନରେ ମିରିଣ୍ଡା ହାଉସ ଦିଲ୍ଲୀ ରହିଛି । ଶ୍ରେଷ୍ଠ ୧୦୦ ମ୍ୟାନେଜମେଣ୍ଟ ତାଲିକାର ପ୍ରଥମ ସ୍ଥାନରେ ଆଇଆଇଟି ଅହମଦାବାଦ ରହିଛି । ଏହି ତାଲିକାର ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର ୨ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । କିଟ୍‌ ଭୁବନେଶ୍ୱର ୩୦ ଓ ଜାଭିୟର ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ୩୬ ନମ୍ବର ସ୍ଥାନରେ ରହିଛି । ଶ୍ରେଷ୍ଠ ଫାର୍ମାସି ଶିକ୍ଷାନୁଷ୍ଠାନ ତାଲିକାର ପ୍ରଥମ ସ୍ଥାନରେ ଏନ୍‌ଆଇପିଇଆର ମୋହାଲି ରହିଛି । ଏହି ତାଲିକାର ଶ୍ରେଷ୍ଠ ୧୦୦ ମଧ୍ୟରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି । ଶ୍ରେଷ୍ଠ ୧୦୦ ମେଡିକାଲ ଶିକ୍ଷାନୁଷ୍ଠାନ ତାଲିକାର ପ୍ରଥମ ସ୍ଥାନରେ ଆଇଆଇଏମ୍‌ଏସ୍‌ ଦିଲ୍ଲୀ ରହିଛି । ଏହି ତାଲିକାରେ ଓଡ଼ିଶାର ୨ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି । ଶିକ୍ଷା ଓ ଅନୁସନ୍ଧାନ, କିଟ୍‌ ଯଥାକ୍ରମେ ୧୯ ଓ ୨୦ ନମ୍ବର ସ୍ଥାନ ପାଇଛନ୍ତି । ଶ୍ରେଷ୍ଠ ୧୦୦ ଆର୍କିଟେକଚ୍‌ର ଶିକ୍ଷାନୁଷ୍ଠାନ ତାଲିକାର ପ୍ରଥମ ସ୍ଥାନରେ ଆଇଆଇଟି ଖଡଗପୁର ରହିଛି । ଏହି ତାଲିକାରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି । ଆଇନ (ଲ’) ଶିକ୍ଷାନୁଷ୍ଠାନ ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ଓଡ଼ିଶାର କୌଣସି ଶିକ୍ଷାନୁଷ୍ଠାନ ସ୍ଥାନ ପାଇନାହାନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ନ୍ୟାସନାଲ ଲ’ ସ୍କୁଲ ଅଫ ଇଣ୍ଡିଆ ୟୁନିଭରସିଟି ବେଙ୍ଗାଲୁରୁ ରହିଛି ।

Leave A Reply