www.samajalive.in
Sunday, December 14, 2025
19.1 C
Bhubaneswar

ବୁଲା କୁକୁର କାମୁଡ଼ିଲେ ମିଳିବ ଲକ୍ଷେ ଟଙ୍କାର କ୍ଷତିପୂରଣ !

ନୂଆଦିଲ୍ଲୀ: ସହରରେ ବୁଲା କୁକୁର ଉପଦ୍ରବ ଓ କୁକୁର କାମୁଡ଼ିବା ନେଇ ଦିଲ୍ଲୀ ବିଧାନସଭା ହୁଲସ୍ତୁଲ। ଏହି ସମସ୍ୟା ନେଇ ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ (ଏମ୍‌ସିଡି) ଉପରେ ଗୁରୁତର ଅଭିଯୋଗ ଆସିଛି। ଦାବି କରାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କୁ ବୁଲା କୁକୁର କାମୁଡ଼ିବ ତାଙ୍କୁ ଏମ୍‌ସିଡି ଏକ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବ। ବିଧାନସଭା ଅଧ୍ୟକ୍ଷ ରାମନିବାସ ଗୋଏଲଙ୍କ କହିବାନୁସାରେ, ଏହି ସମସ୍ୟା ଅତ୍ୟନ୍ତ ଗମ୍ଭୀର ହୋଇପଡ଼ିଛି ଓ ସମସ୍ତ ବିଧାୟକ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଧାୟକ ସୋମନାଥ ଭାରତୀ ବିଧାନସଭାରେ ଏହି ପ୍ରଶ୍ନ ଉଠାଇଥିଲେ। ସେ ଉପସ୍ଥାପନ କରିଥିବା ତଥ୍ୟ ମୁତାବକ ଦିଲ୍ଲୀରେ ପ୍ରାୟ ଏକ ଲକ୍ଷ ୮୯ ହଜାର ବୁଲା କୁକୁର ଅଛନ୍ତି। ଏମ୍‌ସିଡି କୁକୁର ବନ୍ଧ୍ୟାକରଣ ଲାଗି ପ୍ରାୟ ୩୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଏଥିସତ୍ତ୍ୱେ ଦିଲ୍ଲୀରେ ୪୯ ହଜାର କୁକୁର ଛୁଆ ରହିଥିବା ଜଣାପଡ଼ିଛି। ଏହି ମାମଲାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି।
ସମଗ୍ର ଦିଲ୍ଲୀରେ ବୁଲା କୁକୁର କାମୁଡ଼ିବା ନେଇ ଅଭିଯୋଗ ଆସୁଛି। ରାତିରେ ଅଫିସରୁ ଘରକୁ ଆସୁଥିବା ଲୋକେ ବିଶେଷ ସମସ୍ୟା ଭୋଗୁଛନ୍ତି। କୁକୁର ଭୟରେ ମହିଳା ଓ ବରିଷ୍ଠ ନାଗରିକ ପାର୍କକୁ ଯାଇପାରୁନାହାନ୍ତି। ଚଣ୍ଡୀଗଡ଼ରେ ଯେଭଳି କୌଣସି ବ୍ୟକ୍ତିଙ୍କୁ ବୁଲା କୁକୁର କାମୁଡ଼େ, ତାଙ୍କୁ ସ୍ଥାନୀୟ ପ୍ରଶାସନ କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି। ସେହିଭଳି ଦିଲ୍ଲୀରେ ଏହି ବ୍ୟବସ୍ଥା ଲାଗୁ ହେବା ଉଚିତ ବୋଲି ଭାରତୀ ସଦନରେ ଦାବି କରିଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories