www.samajalive.in
Sunday, December 14, 2025
19.1 C
Bhubaneswar

ହେବନି ସିବିଏସ୍‌ଇର ପୁନଃ ଗଣିତ ପରୀକ୍ଷା

ନୂଆଦିଲ୍ଲୀ : ସିବିଏସ୍‌ଇ ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଚିନ୍ତାରେ ଥିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି । ସିବିଏସ୍‌ଇ ଦଶମ ଶ୍ରେଣୀ ଗଣିତ ବିଷୟରେ ପୁନଃ ପରୀକ୍ଷା ହେବ ନାହିଁ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଶିକ୍ଷା ସଚିବ ଅନିଲ ସ୍ୱରୁପ କହିଛନ୍ତି ଯେ ପ୍ରଶ୍ନପତ୍ର ପ୍ରଘଟର ପ୍ରଭାବ ପରୀକ୍ଷାରେ ପଡିନଥିଲା । ତେଣୁ ପୁନଃ ପରୀକ୍ଷାର ଆବଶ୍ୟକତା ନାହିଁ । ପ୍ରଶ୍ନପତ୍ର ପ୍ରଘଟର ପ୍ରଭାବ ଫଳ ମୂଲ୍ୟାଙ୍କନ ଉପରେ ପଡିବ ନାହିଁ ବୋଲି ଅନୁଧ୍ୟାନରୁ ଜାଣିବାକୁ ମିଳିଛି । କେବଳ ଦିଲ୍ଲୀ ଓ ହରିୟାଣାରେ ଦଶମ ଶ୍ରେଣୀ ଗଣିତ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏଣୁ ଯଦି ଏହି ବିଷୟର ପୁନଃ ପରୀକ୍ଷା ଅନୁଷ୍ଠିତ ହୁଏ, ତେବେ କେବଳ ଏହି ଦୁଇ ରାଜ୍ୟରେ ହେବ ବୋଲି କୁହାଯାଇଥିଲା । ମାତ୍ର ସିବିଏସଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଦିଲ୍ଲୀ ଓ ହରିୟାଣାରେ ପରୀକ୍ଷା ହେବ ନାହିଁ ବୋଲି ଘୋଷଣା କରିଛି । ପରୀକ୍ଷାର୍ଥୀଙ୍କୁ ଅଧିକ ମାନସିକ ଚାପ ନଦେବା ଓ ସେମାନଙ୍କ ହିତକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଭାରତ ବନ୍ଦ ଯୋଗୁ ସୋମବାର ପଞ୍ଜାବରେ ବାତିଲ ହୋଇଥିବା ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କେବେ ହେବ ତାହା ଘୋଷଣା କରାଯାଇନାହିଁ । ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭ୍‌ଡେକରଙ୍କ ଘର ବାହାରେ ୧୪୪ ଧାରା ବଳବତ୍ତର ରହିଛି । ବିରୋଧୀ ଦଳଗୁଡିକ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭ୍‌ଡେକର ଏବଂ ସିବିଏସ୍‌ଇ ଅଧ୍ୟକ୍ଷ ଅନିତା କରୱାଲଙ୍କ ଇସ୍ତଫା ଦାବି କରିିଛନ୍ତି। ପ୍ରକାଶ ଯେ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ୧୬,୩୮,୪୨୮ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ମାର୍ଚ୍ଚ ୫ରୁ ସିବିଏସ୍‌ଇ ଦଶମଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ମାର୍ଚ୍ଚ ୨୮ରେ ଗଣିତ ପରୀକ୍ଷା ସରିବା ପରେ ସିବିଏସ୍‌ଇ ପକ୍ଷରୁ ଦଶମଶ୍ରେଣୀ ଗଣିତ ଓ ଦ୍ୱାଦଶଶ୍ରେଣୀ ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ନେଇ ଘୋଷଣା କରାଯାଇଥିଲା । ଏହାପରେ ପୁନଃ ପରୀକ୍ଷା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ଅପ୍ରେଲ ୨୫ରେ ହେବ ବୋଲି ଘୋଷଣା କରାଯାଇଛି । ଗଣିତର ପୁନଃ ପରୀକ୍ଷା ହେବ ନାହିଁ ବୋଲି ଘୋଷଣା ପରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories