www.samajalive.in
Monday, December 15, 2025
27.1 C
Bhubaneswar

ମା’ତାରିଣୀ ମନ୍ଦିର ଖୋଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନିରଞ୍ଜନ

ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ଜନସାଧାରଣଙ୍କ ଜୀବନ ପ୍ରତି ଗୁରୁତ୍ୱ ପ୍ରଦାନ କରି ଦୀର୍ଘ ୯ ମାସ ଧରି ବିଭିନ୍ନ ମନ୍ଦିର ଓ ଧାର୍ମିକ ପୀଠ ବନ୍ଦ ରହିଛି। ବର୍ତ୍ତମାନ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିଛନ୍ତି। ସରକାରଙ୍କର ଏହି ପଦକ୍ଷେପକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। କଟକଣା ମାନି ଯଦି ଲୋକମାନଙ୍କୁ ହାଟ ବଜାରକୁ ଯିବା ପାଇଁ ଅନୁମତି ଦିଆଯାଉଛି ତେବେ ପୂଜା ପୀଠଗୁଡିକୁ ଯିବାରେ କୌଣସି ଅସ୍ୱାଭାବିକତା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କେନ୍ଦୁଝର ଜିଲା ଘଟଗାଁର ମା ତାରିଣୀ ମନ୍ଦିର ଖୋଲିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପଟ୍ଟନାୟକ ମଙ୍ଗଳବାର ପତ୍ର ଲେଖି ଅନୁରୋଧ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେନ୍ଦୁଝର ଜିଲା ଘଟଗାଁର ମା’ତାରିଣୀ ଏକଦା ଆଦିବାସୀମାନଙ୍କ ଦ୍ୱାରା ପୂଜା ପାଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହା ସମଗ୍ର ଓଡ଼ିଶାର ଏକ ପ୍ରସିଦ୍ଧ ପୀଠର ମାନ୍ୟତା ପାଇଛି। ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ବସରେ ମା’ ତାରିଣୀଙ୍କ ପାଖକୁ ପ୍ରତିଦିନ ନଡିଆ ପଠାଇଥାନ୍ତି। ଯାହା ଫଳରେ ସମଗ୍ର ଓଡିଶାକୁ ମା’ ଗୋଟିଏ ସୂତ୍ରରେ ବାନ୍ଧି ରଖିଥାନ୍ତି। ମାର୍ଚ୍ଚ ୨୦ ତାରିଖରୁ କରୋନା କଟକଣା ଆଳରେ ଏହି ମନ୍ଦିରକୁ ବନ୍ଦ କରାଯାଇଛି। କଟକଣା ପାଇଁ ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟକୁ ନଡିଆ ପଠାଇ ପାରୁନାହାନ୍ତି ଏବଂ ମା’ଙ୍କ ଦର୍ଶନ କରିପାରୁ ନାହାନ୍ତି। ଯେଉଁଭଳି ଭାବେ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିଛନ୍ତି ସେହିଭଳି ଘଟଗାଁ ମା’ତାରିଣୀଙ୍କ ମନ୍ଦିର ଖୋଲାଯାଇ ଶ୍ରଦ୍ଧାଳୁମାନଙ୍କ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories