www.samajalive.in
Monday, December 15, 2025
27.1 C
Bhubaneswar

କାଳିଆ ଦର୍ଶନ କରି ଚାକିରି ଗଲା

ପୁରୀ : ମହଙ୍ଗା ପଡିଛି କାଳିଆ ଦର୍ଶନ। ଅନଧିକାର ଭାବେ ଶ୍ରୀମନ୍ଦିର ଭିତରେ ପ୍ରବେଶ ଅଭିଯୋଗରେ ୪ ଏଏନଏମ୍‌ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ରିପୋର୍ଟକୁ ଭିତ୍ତିକରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏଭଳି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଉଥିବା ପୁରୀବାସୀଙ୍କ ଥର୍ମାଲ ସ୍କ୍ରିନିଂ ଦାୟିତ୍ବରେ ଏହି ଏଏନଏମ୍‌ ନିୟୋଜିତ ହୋଇଥିଲେ। ରବିବାର ସେମାନେ ଶ୍ରୀମନ୍ଦିରକୁ ଯାଇ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଥିଲେ। ସେମାନଙ୍କ ପାଖରେ ଚିରିକୁଟି କିମ୍ବା ପରିଚୟପତ୍ର ନଥିଲା। ସୁରକ୍ଷା ଦାୟିତ୍ବରେ ଥିବା କୌଣସି ପୁଲିସ କର୍ମଚାରୀ ଏବଂ ମନ୍ଦିର କର୍ମଚାରୀ ସେମାନଙ୍କୁ ଅଟକାଇ ନଥିଲେ। ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବିଶୃଙ୍ଖଳିତ ଆଚରଣ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସକ ଚିଠି ଲେଖିଥିଲେ। ଏଏନଏମ୍‌ଙ୍କୁ ଚିହ୍ନଟ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସକ (ଉନ୍ନୟନ) ଅଜୟକୁମାର ଜେନା ସୂଚନା ଦେଇଛନ୍ତି।
ତେବେ ପ୍ରଶାସନିକ କଟକଣା ଉଲ୍ଲଙ୍ଘନ କରି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନାଗାର୍ଜୁନ ବେଶ ଦର୍ଶନ କରିଥିବା ବଡ଼ବଡ଼ିଆ ଅଫିସରଙ୍କ ବିରୋଧରେ ପ୍ରଶାସନପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ରବିବାର ଉତ୍ତରଦ୍ବାର ଦେଇ ସତ୍ୟବାଦୀ ତହସିଲଦାର ମନୋଜକୁମାର ନାୟକ ଶ୍ରୀମନ୍ଦିରରେ ପ୍ରବେଶ କରିବା ସହ ଠାକୁରଙ୍କୁ ଦର୍ଶନ କରିଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟବିଭାଗର ୪ଜଣ
ତଳିଆ କର୍ମଚାରୀଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୋଭିଡ୍‌ କଟକଣା ଯୋଗୁଁ ଚଳିତବର୍ଷ ବିନାଭକ୍ତରେ ଦାରୁବ୍ରହ୍ମଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପ୍ରଶାସନ କଟକଣା ଯୋଗୁଁ ପୁରୀବାସୀଙ୍କ ସମେତ ଅଗଣିତ ଜଗନ୍ନାଥପ୍ରେମୀ ଭକ୍ତ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇଥିଲେ। ସେହିଦିନ ମନ୍ଦିର ଭିତରେ ଡ୍ୟୁଟି ନଥିବା ବହୁ ଅଫିସର ଶ୍ରୀମନ୍ଦିରରେ ପ୍ରବେଶ କରି ଠାକୁରଙ୍କ ନାଗାର୍ଜୁନ ବେଶ ଦର୍ଶନ କରିଥିଲେ। ସିସିଟିଭି ଫୁଟେଜରେ ଏହାର ବଳିଷ୍ଠ ପ୍ରମାଣ ରହିଛି। ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ କେତେକ ସେବକ ଦାବି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ତ ଦୂରରକଥା ଅଭିଯୋଗର ତଦନ୍ତ ଆରମ୍ଭ ହୋଇ ନାହିଁ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories