ଆଇଟି ନଜରରେ ନିରବ ମୋଦୀଙ୍କ ୫୦ ଗ୍ରାହକ

0

ନୂଆଦିଲ୍ଲୀ: ନିରବ ମୋଦିଙ୍କ ସଂସ୍ଥାରୁ ହୀରା ଗହଣା କିଣିଥିବା ୫୦ ଧନୀ ବ୍ୟକ୍ତିଙ୍କ ଆଇଟି ରିଟର୍ଣ୍ଣ ଫର୍ମକୁ ଆୟକର ଅଧିକାରୀମାନେ ପୁଣି ଥରେ ଯାଞ୍ଚ କରିବେ। ସେହି ମୂଲ୍ୟବାନ ହୀରା କିଣିବା ପାଇଁ ସୋମନେ କେଉଁ ସୂତ୍ରରୁ ଟଙ୍କା ଆଣିଥିଲେ ସେ ବିଷୟରେ ଆଇଟି ଅଧିକାରୀମାନେ ଜାଣିବାକୁ ଚାହୁଁଛନ୍ତି। ଏହାପରେ ଭାରତର ସେହି ଅତ୍ୟୁଚ୍ଚ ଧନୀମାନେ ଅଡ଼ୁଆରେ ପଡ଼ିଛନ୍ତି।
ନିରବ ମୋଦିଙ୍କ ମାମଲାରେ ତଦନ୍ତ ବେଳେ ଆଇଟି ଜାଣିବାକୁ ପାଇଛି ଯେ ଯେଉଁମାନେ ମୋଦିଙ୍କ ସଂସ୍ଥାରୁ ହୀରା କିଣିଥିଲେ ସେମାନେ ପ୍ରଦାନ କରାଯାଇଥିବା ଅର୍ଥର କିଛି ଭାଗ ଚେକ୍‍ ଆକାରରେ, କିଛି ଭାଗ କ୍ରେଡିଟ୍‍ କାର୍ଡ ମାଧ୍ୟମରେ ଓ ଆଉ କିଛି ଭାଗ ନଗଦ ଆକାରରେ ଦେଇଥିଲେ। ତେଣୁ ସେମାନଙ୍କ ଆଇଟି ଫର୍ମକୁ ପୁଣି ଥରେ ଯାଞ୍ଚ କରାଯିବ ବୋଲି ଆଇଟି ଅଧିକାରୀମାନେ କହିଛନ୍ତି।

Leave A Reply