www.samajalive.in
Sunday, December 7, 2025
16.1 C
Bhubaneswar

ନିମାପଡାରେ କଙ୍ଗାରୁ କୋର୍ଟ: ପ୍ରେମୀ ଯୁଗଳଙ୍କୁ ମାଳ ପିନ୍ଧାଇ ରାସ୍ତାରେ ଚଲାଇ ଚଲାଇ ଥାନାକୁ ନେଲେ

ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲା ନିମାପଡାରେ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି । ପ୍ରେମୀ ଯୁଗଳ ଧରାପଡିବା ପରେ ଉଭୟଙ୍କୁ ମାଳ ପକାଇ ନିକଟସ୍ଥ ଥାନାକୁ ଚଲାଇ ଚଲାଇ ନେଇଥିଲେ ମହିଳାଙ୍କ ସ୍ୱାମୀ । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍‍ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ଜଣେ ଶିକ୍ଷୟତ୍ରୀ ନିମାପଡା ଥାନା ନିକଟରେ ଏକ ସାହିରେ ଭଡା ଘରେ ରହୁଥିଲେ, ତାଙ୍କ ସ୍ୱାମୀଙ୍କ ସହ କିଛି ପାରିବାରିକ ବିବାଦ ଥିବାରୁ ସ୍ୱାମୀ ସ୍ତ୍ରୀ ଏକାଠି ରହୁନଥିଲେ । ମହିଳାଜ ଜଣଙ୍କ ଶିକ୍ଷକ ହୋଇଥିବା ବେଳେ ସଂପୃକ୍ତ ପୁରୁଷ ଜଣେ ଶିକ୍ଷକ ନେତା ବୋଲି ଜଣାପଡିଛି । ମହିଳାଙ୍କ ସ୍ୱାମୀ ସ୍ତ୍ରୀଙ୍କୁ ପରକୀୟା ପ୍ରୀତି ସମୟରେ ଧରିବାକୁ ଯୋଜନା କରିଥିଲେ । ଏକ ଭଡାଘରେ ଉଭୟ ପ୍ରେମୀ ଯୁଗଳ ଥିବାବେଳେ ମହିଳାଙ୍କ ସ୍ୱାମୀ ଧରିଥିଲେ । ଏହାପରେ ଉଭୟଙ୍କ ବେକରେ ମାଳ ପିନ୍ଧାଇ ଥାନାକୁ ଚଲାଇ ଚଲାଇ ନେଇ ଥାନା ଅଧିକାରୀଙ୍କ ଜିମା ଦେଇଥିଲେ । ଏହାକୁ ନେଇ ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories