www.samajalive.in
Monday, December 15, 2025
16.1 C
Bhubaneswar

କରାଟେରେ ସ୍ୱର୍ଣ୍ଣ ପଦକ ଜିଣିଲେ ନୀଳଗିରି ବାଳକ

ନୀଳଗିରି: ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ବାଳକ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଓଡ଼ିଶା ରାଜ୍ୟ ସ୍ତରୀୟ କରାଟେ ସଂଘ ପକ୍ଷରୁ ଉତ୍କଳ କରାଟେ ସ୍କୁଲରେ କନିଷ୍ଠ କରାଟେ ଚମ୍ପିଆନସିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଯୁକ୍ତ ୩୦କିଲୋ ବର୍ଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଅଧୀନ ବଣିଆଗାଁର ତଥା ଆର୍ମି ସୁବେଦାର କାର୍ତ୍ତିକ ଆଚାର୍ଯ୍ୟ ଓ ବଲିନା ଆଚାର୍ଯ୍ୟଙ୍କ ୧୧ବର୍ଷର ପୁଅ ସାଇକିରଣ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆଜି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସମ୍ପୃକ୍ତ ବାଳକ ବାଲେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଗୁରୁ ଜଗନ୍ନାଥ ରଣାଙ୍କ ତତ୍ତ୍ୱାବଧାନରେ କରାଟେ ପ୍ରଶିକ୍ଷଣ ନେଉଥିଲେ ।

ତେବେ ସେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇ ନୀଳଗିରିକୁ ଗୌରାବନ୍ୱିତ କରିଛନ୍ତି ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି । ଏହି ଖବର ପାଇବା ପରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବାଳକର ମାମୁ ମାନିଆ ଦ୍ୱିବେଦୀ ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି । ଛାତ୍ରଜଣକ ପୂର୍ବରୁ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ବିଜେତା ମଧ୍ୟ ହୋଇଥିଲେ । ଆସନ୍ତା ୧୭ ଓ ୧୮ତାରିଖରେ ଦିଲ୍ଲୀରେ ହେବାକୁ ଥିବା ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟ ରଖିଛନ୍ତି ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories