www.samajalive.in
Sunday, December 7, 2025
26.1 C
Bhubaneswar

ନୀଳଗିରି ଏନ୍‍ଏସି ଅଧିକାରୀଙ୍କ ବିରୋଧରେ ଜିଲାପାଳଙ୍କୁ ଚିଠି ଲେଖିଲେ ଅଧ୍ୟକ୍ଷା!

ନୀଳଗିରି: ନୀଳଗିରି ଏନ୍‍ଏସି ଅଧିକାରୀଙ୍କ ବିରୋଧରେ ବାଲେଶ୍ୱର ଜିଲାପାଳଙ୍କୁ ଏନ୍‍ଏସି ଅଧ୍ୟକ୍ଷା ଚିଠି ଲେଖିବା ଘଟଣା ସମ୍ପ୍ରତି ଅଞ୍ଚଳରେ ହଟଚମଟ ସୃଷ୍ଟି କରିଛି । ସ୍ଥାନୀୟ ଏନ୍‍ଏସିରେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ ସହରାଞ୍ଚଳରେ ଜନକଲ୍ୟାଣ କାର୍ଯ୍ୟରେ ବାଧା ଦେବା, ବିନା ସୂଚନାରେ ବହୁ ସମୟ ଅଫିସରେ ଅନୁପସ୍ଥିତ ରହିବା, ଖରାଦିନେ ଏନଏସିର ବିଭିନ୍ନ ସ୍ଥାନରେ ଜଳ ବଣ୍ଟନ କରିଥିବା ବ୍ୟକ୍ତିଙ୍କୁ ସେମାନଙ୍କ ପ୍ରାପ୍ୟ ନଦେବା, ଏପରିକି ନୀଳଗିରି ଏନଏସି ଅଧୀନରେ କାର୍ଯ୍ୟ କରୁଥିବା ଠିକାଦାରମାନଙ୍କ ଲାଇସେନ୍ସକୁ ନବୀକରଣ କରିବା ଉପରେ ପଦକ୍ଷେପ ନେଉନଥିବା ଭଳି ଏକାଧିକ ଅଭିଯୋଗ ଆଣିଛନ୍ତି ଅଧ୍ୟକ୍ଷା ଅମ୍ବିକା ଦାସ । ଏନେଇ ସେ ଉପରୋକ୍ତ ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି । ଉପରୋକ୍ତ ଘଟଣାବଳୀ ମଧ୍ୟ ସେ ଜିଲାପାଳଙ୍କୁ ସ୍ୱତନ୍ତ୍ରଭାବେ ଅବଗତ କରାଇଥିବା ସୂଚନା ମିଳିଛି । ଅପରପକ୍ଷରେ ଉପରୋକ୍ତ ଅଭିଯୋଗ ସମ୍ପର୍କରେ ଏନଏସି ଅଧିକାରୀ ଶ୍ରୀ ଦାଶଙ୍କୁ ପଚରାଯିବାରୁ ସେ କୌଣସି ଅନିୟମିତତା କରୁନାହାଁନ୍ତି, ତାଙ୍କ ବିରୋଧରେ କରାଯାଉଥିବା ଅଭିଯୋଗ ଗୁଡ଼ିକ ଅମୂଳକ ବୋଲି କହିବା ସହ ସେ ସରକାରୀ ନୀତିନିୟମ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି ବୋଲି ଜଣାଇଛନ୍ତି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories