www.samajalive.in
Wednesday, December 10, 2025
23.1 C
Bhubaneswar

ନିଖିଳ ଉତ୍କଳ ଦିବ୍ୟ ଜୀବନ ସଂଘର ୩୮ ତମ ଆଧ୍ୟାତ୍ମିକ ସମ୍ମିଳନୀ

ଭୁବନେଶ୍ବର : ପୁରୀ ବାଲିଗୁଆଳି ସ୍ଥିତ ଚିଦାନନ୍ଦ ତପୋବନ ଶାନ୍ତି ଆଶ୍ରମଠାରେ ଅନୁଷ୍ଠିତ ହେବ ୩୮ ତମ ନିଖିଳ ଉତ୍କଳ ଦିବ୍ୟ ଜୀବନ ସଂଘ ଆଧ୍ୟାତ୍ମିକ ସମ୍ମିଳନୀ । ଏହି ସମ୍ମିଳନୀ ୧୪ ଫେବୃୟାରୀରୁ ୧୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ । ଉତ୍କଳର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ଯୋଗଦେବେ । ଦିବ୍ୟ ଜୀବନ ସଂଘ ମୁଖ୍ୟାଳୟ ଋଷିକେଶର ଉପାଧ୍ୟକ୍ଷ ସ୍ବୀମୀ ନିର୍ଲିପ୍ତାନନ୍ଦ ସରସ୍ବତୀ ଏହି ସମ୍ମିଳନୀ ଉଦ୍ଘାଟନ କରିବା ସହ ସାଧାରଣ ସମ୍ପାଦକ ସ୍ବାମୀ ଅଦ୍ବୈତାନନ୍ଦ ସରସ୍ବତୀ ଏହାର ସଭାପତିତ୍ବ କରିବେ । ଏହି ଅବସରରେ ଦେଶର ଅନେକ ସାଧୁ ସନ୍ଥ ଏଥିରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ଵାରା ୧୯୩୬ ମସିହାରେ ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠା ହୋଇଥିଲା। ଭାରତୀୟ ଧର୍ମ ସଂସ୍କୃତି ଓ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ୧୯୬୬ ମସିହାରେ ଦିବ୍ୟଜୀବନ ସଂଘ ଆନୁକୂଲ୍ୟରେ  ଶ୍ରୀକ୍ଷେତ୍ର ପୁରୀରେ ପ୍ରଥମ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୩୭ଟି ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ୩୮ ତମ ସମ୍ମିଳନୀ ପୁରୀରେ ୧୪ ଫେବୃୟାରୀରୁ ୧୭ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ ବୋଲି ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Hot this week

ସୀମା ଟପିଲା ବର୍ବରତା: ୬ବର୍ଷର ଝିଅ ସହିତ ନିର୍ଭୟା ପରି ଘଟଣା

ସମାଜ ଡିଜିଟାଲ ଡେସ୍କ: ଗୁଜୁରାଟର ରାଜକୋଟରେ ଚାଞ୍ଚଲ୍ୟ । ଜଣେ ନିର୍ଦ୍ଦୋଷ,...

ଜେଲ୍‌ ଅଛି ତ ବେଲ୍‌ ଅଛି

କଥା କଥାକେ ଆମ ସମାଜରେ ଅସାମାଜିକ ଲୋକଙ୍କ ମୁହଁରେ ଏହି ବାକ୍ୟ...

ବିପୁଳ ମାଓ ସାମଗ୍ରୀ ଠାବ

ବାଲିଗୁଡା : ବାଲିଗୁଡା ବିଏସ୍‌ଏଫ୍ ଯବାନଙ୍କୁ ବଡ ସଫଳତା ମିଳିଛି। ବଡ଼ଧରଣର...

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

Related Articles

Popular Categories