www.samajalive.in
Wednesday, December 10, 2025
23.1 C
Bhubaneswar

ସଡକ ଦୁର୍ଘଟଣା କମିବ: ଚିହ୍ନଟ ହେବ ବ୍ଲାକସ୍ପଟ୍, ବଢିବ କ୍ୟାମେରା

ଭୁବନେଶ୍ୱର : ଖାରବେଳ ଭବନରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଡ଼କ ଦୁର୍ଘଟଣା ହ୍ରାସ  ସଂକ୍ରାନ୍ତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଏସଆରଟିସି ସିଏମଡି ଦୀପ୍ତେଶ ପଟ୍ଟନାୟକ, ଅବକାରୀ ସଚିବ ଗୁହା ପୁନମ ତାପସ କୁମାର, କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ ଆୟୁକ୍ତ ଉମାଶଙ୍କର ଦାଶଙ୍କ ସମେତ ସ୍ୱାସ୍ଥ୍ୟ, ଜାତୀୟ ରାଜପଥ ପ୍ରାଧିକରଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରାଇମବ୍ରାଞ୍ଚ ପ୍ରମୁଖର ଅଧିକାରୀମାନେ ପ୍ରତିନିଧିତ୍ୱ କରିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ଆବଶ୍ୟକୀୟ ପଦକ୍ଷେପ ସଂପର୍କରେ ଆଲୋଚନା କରି ସେ ଦିଗରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ବେପରୁଆ ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ବୈଷୟିକ ଜ୍ଞାନକୌଶଳ ସଂପନ୍ନ ଏନଫୋର୍ସମେଣ୍ଟ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ଗୁରୁତ୍ୱ ଦେଇଛି । ଏଥିପାଇଁ ରାଜ୍ୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଚ ମ୍ୟାନେଜମେଣ୍ଟ ସିଷ୍ଟମ ବା ଆଇଇଏମଏସର ସଂପ୍ରସାରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଆଗକୁ ନିର୍ମାଣ ହେବାକୁ ହେବା ଥିବା ନୂତନ ରାଜପଥ ସହ ନିର୍ମାଣ ହେବାକୁ ଥିବା ରାସ୍ତାରେ ମଧ୍ୟ ଆଇଇଏମଏସ ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ମଧ୍ୟରୁ ତ୍ରୁଟିପୂର୍ଣ୍ଣ ରୋଡ୍ ଇଂଜିନିୟରିଂ ସଂପର୍କରେ ବୈଠକରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା । ସମସ୍ୟାର ସୁଧାର ପାଇଁ ସଡ଼କ ନିର୍ମାଣ ସମୟରେ ସମସ୍ତ ମାନକକୁ ସଠିକ ଭାବରେ ପାଳନ କରାଯାଉଛି କି ନିୟମିତ ସମୀକ୍ଷା ସହ ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

- Advertisement -

ଦୁର୍ଘଟଣାପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ ଚିହ୍ନଟ କରି ଏହାର ସୁଧାର ଦିଗରେ ତ୍ୱରିତ କାର୍ଯ୍ୟ କରାଯିବ । ଏହାସହ ଜନସାଧାରଣଙ୍କୁ ସଚେତନ କରିବା ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ । ଏ ସଂକ୍ରାନ୍ତରେ ପ୍ରତି ମାସ ଜାତୀୟ ରାଜପଥ ପ୍ରାଧିକରଣ ଓ ରାଜ୍ୟ ପରିବହନ ପ୍ରାଧିକରଣ ମଧ୍ୟରେ ସମନ୍ୱୟ ବୈଠକ ଅନୁଷ୍ଠିତ ହେବ । ଭୁବନେଶ୍ୱର ସମେତ ରାଉରକେଲା, ବ୍ରହ୍ମପୁର, ପୁରୀ, ସମ୍ବଲପୁର ସହରର ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ରାସ୍ତାରେ କ୍ୟାମେରା ସଂଖ୍ୟା ବୃଦ୍ଧି କରାଯିବ । ମୋ ବସ୍ ଓ ଓଏସଆରଟିସିର ଚାଳକମାନଙ୍କୁ ନିୟମିତ ପ୍ରଶିକ୍ଷଣ ପ୍ରଦାନ କରାଯିବ । ସମସ୍ତ ବସରେ ଯାତ୍ରୀ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ADAS ଲଗାଇବା କାର୍ଯ୍ୟ ତ୍ୱରାନ୍ୱିତ କରାଯିବ । ସଡ଼କରେ ଗାଡ଼ି ଚଲାଇବାକୁ ଦକ୍ଷ ଚାଳକଙ୍କୁ ଅନୁମତିକୁ ସୁନିଶ୍ଚିତ କରିବାକୁ ଏଲଏଲ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟା ଅପେକ୍ଷାକୃତ ଶକ୍ତ କରିବାକୁ ବିଭାଗ ଚିନ୍ତା କରୁଛି । ଏଥିପାଇଁ ତିନି ପର୍ଯ୍ୟାୟ ପରୀକ୍ଷା କରିବାକୁ ପ୍ରସ୍ତାବ ରହିଛି ।

ସେହିଭଳି ନିୟମିତ ସଡ଼କ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମଧ୍ୟ କଠୋର ପଦକ୍ଷେପ ଗ୍ରହଣ କରାଯିବ । ପୂର୍ବରୁ ବୁଧବାର ଜିରୋ ଟଲେରାନ୍ସ ଡେ’ର ସଫଳତାକୁ ଆଖି ଆଗରେ ରଖି ଶୂନ୍ୟ ଦୁର୍ଘଟଣା ଦିବସ ପାଳନ ପାଇଁ ବିଭାଗ ଯୋଜନା ରଖିଛି । ପ୍ରଥମେ ଏହା ଭୁବନେଶ୍ୱରରୁ ଆରମ୍ଭ କରାଯିବ । ସଡ଼କ ଦୁର୍ଘଟଣା ହ୍ରାସରେ ତଥ୍ୟ ଭିତ୍ତିକ ପଦକ୍ଷେପ ଉପରେ ପ୍ରାଧାନ୍ୟ ଦିଆଯାଇଛି । ଏଥିପାଇଁ ଆଇଆଇଟି ମାଡ୍ରାସ ପକ୍ଷରୁ ସମସ୍ତ ବିଭାଗକୁ ତଥ୍ୟ ପ୍ରଦାନ କରାଯିବ । ଏ ସଂକ୍ରାନ୍ତରେ ଆଇଆଇଟି ମାଡ୍ରାସ ପକ୍ଷରୁ ପ୍ରଫେସର ବାଲ୍ ଭେଙ୍କଟେଶ ସୁବ୍ରମଣ୍ୟନଙ୍କ ପକ୍ଷରୁ ରିପୋର୍ଟ ଉପସ୍ଥାପିତ ହୋଇଥିଲା। ସଡ଼କ ଦୁର୍ଘଟଣା ତଥ୍ୟ ପ୍ରସ୍ତୁତିରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା, ଦୁର୍ଘଟଣାଗ୍ରସ୍ତଙ୍କ ଉନ୍ନତ ଚିକିତ୍ସା ପାଇଁ ଟ୍ରମା କେୟାର ଭିତ୍ତିଭୂମି, ଇ-ଚାଲାଣ, ସୁବାହକ ପ୍ରଶିକ୍ଷଣ, ମୋଟରଯାନ ଆଇନରେ ସଂଶୋଧନର ବିନ୍ଦୁ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଛି ।

ପୂର୍ବ ବୈଠକମାନଙ୍କରେ ନିଆଯାଇଥିବା ନିଷ୍ପତ୍ତି ଓ ଏହାର ସ୍ଥିତି ସଂପର୍କରେ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ତପନ କୁମାର ମିଶ୍ର ତଥ୍ୟ ଉପସ୍ଥାପିତ କରିଥିଲେ । ଏହାସହ ୨୦୨୪ରେ ଦୁର୍ଘଟଣା ହାର ସଂପର୍କରେ ମଧ୍ୟ ରଖାଯାଇଥିଲା । ୨୦୨୩ ତୁଳନାରେ ୨୦୨୪ ରେ ଦୁର୍ଘଟଣା ହାର ହ୍ରାସ ପାଇଥିବା ସଂପର୍କରେ ସେ ସୂଚନା ରଖିଥିଲେ । ସେହିଭଳି ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ସଂପର୍କରେ ମଧ୍ୟ ତଥ୍ୟ ଉପସ୍ଥାପିତ ହୋଇଥିଲା । ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଗଠନମୂଳକ ମତାମତ ରଖିଥିଲେ । ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ ସହ ଉଲ୍ଲେଖନୀୟ ଭାବରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି ।

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories